fbpx

ଦିଲ୍ଲୀ ପରେ ଏହି ରାଜ୍ୟରେ ଲାଗୁ ହେଲା ଲକଡାଉନ୍

ରାଜସ୍ଥାନ : କରୋନାର ଦ୍ରୁତ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜସ୍ଥାନରେ ମଧ୍ୟ ଲକଡାଉନ୍ ଘୋଷଣା କରାଯାଇଛି । ରାଜସ୍ଥାନର ଗେହଲଟ୍ ସରକାର ୧୯ ଏପ୍ରିଲରୁ ୩ ମେ ପର୍ଯ୍ୟନ୍ତ ଲକଡାଉନ୍ ଲାଗୁ କରିଛନ୍ତି । ଏହି ସମୟରେ ଜରୁରୀକାଳୀନ ସେବାକୁ ଛାଡିଦେଲେ ବାକି ସବୁ କାର୍ଯ୍ୟ ବନ୍ଦ ରହିବ । ଅତ୍ୟାବଶ୍ୟକ କାର୍ଯ୍ୟକଳାପ ଯେପରିକି ଖାଦ୍ୟ ସାମଗ୍ରୀ ଡେଲିଭେରୀ, ପରିବହନ, ମ୍ୟୁନିସିପାଲଟି କର୍ପୋରେସନ୍, ବିଦ୍ୟୁତ୍, ଚିକିତ୍ସା ବିଭାଗ ଆଦି ଖୋଲା ରହିବ । ଏହି ସମୟରେ ଯାତାୟାତ କରିବାକୁ ହେଲେ କର୍ମଚାରୀଙ୍କୁ ପାସ୍ ଦେଖାଇବାକୁ ପଡିବ ।

ଏହିସବୁ ବ୍ୟତୀତ ମେଡିସିନ୍ ଷ୍ଟୋର, ପନିପରିବା, ରାସନ ସାମଗ୍ରୀ ଦୋକାନ ଆଦି ଚାଲୁ ରହିବ । ବିିବାହ କାର୍ଯ୍ୟରେ ପୁର୍ବପରି ୫୦ ଜଣ ଯୋଗ ଦେଇପାରିବେ ଏବଂ ଅନ୍ତ୍ୟୋଷ୍ଟି କାର୍ଯ୍ୟରେ ୨୦ଜଣ ଲୋକ ଉପସ୍ଥିତ ରହିପାରିବେ ।

Get real time updates directly on you device, subscribe now.