fbpx

ସଂକ୍ରମିତଙ୍କ ପାଇଁ ଏହି ରାଜ୍ୟ ମାନଙ୍କରେ ନାହିଁ ବେଡ୍ କି ଅକ୍ସିଜେନ୍

ନୁଆଦିଲ୍ଲୀ, ୧୯ ।୪ (ଓଡିଶା ଭାସ୍କର) : : ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି । ଆକ୍ରାନ୍ତଙ୍କ ସଂଖ୍ୟା ଏତେ ମାତ୍ରାରେ ବଢ଼ିଚାଲିଛି ଯେ, ସେମାନଙ୍କ ପାଇଁ ବେଡ୍ ନାହିଁ କି ଅକ୍ସିଜେନ୍ ମଧ୍ୟ ନାହିଁ । ବର୍ତ୍ତମାନ ଏଭଳି କିଛି ଅସୁବିଧା ଦେଇ ଗତି କରୁଛନ୍ତି ଦେଶର ଅଧିକାଂଶ ରାଜ୍ୟ । ଏହି କ୍ରମରେ ରହିଛି ମହାରାଷ୍ଟ୍ର, ଦିଲ୍ଲୀ, ଗୁଜୁରାଟ, ଉତ୍ତର ପ୍ରଦେଶ, ପଞ୍ଜାବ, ରାଜସ୍ଥାନ, ମଧ୍ୟ ପ୍ରଦେଶ ଆଦି ରାଜ୍ୟ । ଏଠାରେ ସ୍ଥିତିି ଭୟଙ୍କର ରୁପ ନେଲାଣି । ଏଥିମଧ୍ୟରୁ ଆଜି ଦିଲ୍ଲୀ ଏବଂ ରାଜସ୍ଥାନରେ ଲକଡାଉନ୍ ଘୋଷଣା କରାଯାଇଛି । ଦିଲ୍ଲୀରେ ୭ ଦିନ ପାଇଁ ଲକଡାଉନ୍ ଘୋଷଣା ହୋଇଥିବା ବେଳେ ରାଜସ୍ଥାନରେ ୧୫ ଦିନିଆ ଲକଡାଉନ୍ ଘୋଷଣା ହୋଇଛି । ଏହି ରାଜ୍ୟ ମାନଙ୍କରେ ଅଧିକାଂଶ ରୋଗୀ ବେଡ୍ ଏବଂ ଅକ୍ସିଜେନ୍ ପ୍ରଭାବରୁ ପ୍ରାଣ ହରାଉଛନ୍ତି । ସ୍ଥିିିତି ଏପରି ଯେ ଗୋଟିଏ ବେଡ୍ ରେ ଏକାଧିକ ରୋଗୀ ଶୋଉଛନ୍ତି । ଏଭଳି ମାମଲା ଆସିବା ପରେ କେନ୍ଦ୍ର ସରକାର ତତ୍ପରତା ପ୍ରକାଶ କରିଛନ୍ତି ।


ଅକ୍ସିଜେନ୍ ଅଭାବରୁ ଅଧିକାଂଶ ରୋଗୀ ପ୍ରାଣ ହରାଉଥିବା ବେଳେ ଶ୍ମଶାନରେ ଶବସତ୍କାର କରିବାକୁ ସ୍ଥାନ ମିଳୁନି । ଦିଲ୍ଲୀରେ ଦୈନିକ ସଂକ୍ରମଣ ୨୫୦୦୦ ରହୁଥିବା ବେଳେ ଦିଲ୍ଲୀ ସରକାର ହାତ ଟେକି ଦେଇଛନ୍ତି । ତେଣୁ ଆଜି ସେ ୭ଦିନ ପାଇଁ ଲକଡାଉନ୍ ଘୋଷଣା କରିଛନ୍ତି । ସେ ସିଧାସଳଖ ଭାବେ କହିଛନ୍ତି ଯେ, ବେଡ୍ ଏବଂ ଅକ୍ସିଜେନ୍ ର ଅଭାବ ଯୋଗୁଁ ଚିକିତ୍ସା ହୋଇପାରୁନି । ସେହିପରି ଖାଲି ଦିଲ୍ଲୀ ନୁହେଁ ମଧ୍ୟପ୍ରଦେଶରେ ମଧ୍ୟ ସରକାରୀ ହସ୍ପିଟାଲ ମାନଙ୍କରେ ଅକ୍ସିଜେନ୍ ର ଅଭାବ ଦେଖାଦେଇଛି । ରାଜସ୍ଥାନ, ଗୁଜୁରାଟ, ମଧ୍ୟପ୍ରଦେଶ ଆଦି ରାଜ୍ୟରେ ରୋଗୀ ମାନେ ଅକ୍ସିଜେନ୍ ନ ପାଇ ଆମ୍ବୁଲାନ୍ସରେ ହିଁ ମୃତ୍ୟୁବରଣ କରୁଛନ୍ତି । ରାଜସ୍ଥାନରେ ସ୍ଥିିିତି ଏପରି ଯେ ଜୟପୁରରେ ରୋଗୀ ମାନଙ୍କ ପାଇଁ ବାଲକୋନି ରେ ବେଡ୍ ଲଗାଯାଇଛି । ସେଠାରେ ରୋଗୀ ଶୋଇଥିବାର ଦେଖିବାକୁ ମିଳିଛି । ଏଥିସହିତ ସେଠାରେ ଆଉ ବେଡ୍ ଉପଲବ୍ଧ ନାହିଁ । କିଛି ଲୋକ ତଳେ ଚଟାଣରେ ଶୋଇ ଅକ୍ସିଜେନ୍ ନେଉଥିବା ଦେଖିବାକୁ ମିଳିଛି ।

ଅପରପକ୍ଷରେ ଲୋକେ ଟିକାକରଣ ଉପରେ ନିର୍ଭର କରିବା ବେଳେ ରେମଡେସିଭର ଔଷଧ ଯୋଗାଣରେ ଅଭାବ ପରିଲକ୍ଷିତ ହେଉଛି । ଲୋକଙ୍କୁ ଟିକାକରଣ କରିବାକୁ ଟିକା ଆଉ ମହଜୁଦ ନାହିଁ । ତେଣୁ ଏହି ରାଜ୍ୟର ସରକାର ମାନେ କେନ୍ଦ୍ରକୁ ଆଶ୍ରା କଲେଣି ।

Get real time updates directly on you device, subscribe now.