fbpx

ପିପିଲି ଉପନିର୍ବାଚନ: ରାଲି ବନ୍ଦ କଲା ବିଜେଡି

ଭୁବନେଶ୍ୱର, ୧୯ ।୪ (ଓଡିଶା ଭାସ୍କର) : କରୋନା ସଂକ୍ରମଣ କୁ ଦୃଷ୍ଟିରେ ରଖି ପିପିଲି ରେ ପ୍ରଚାର ବନ୍ଦ କଲା ବିଜେଡି । ଆଜି ଏନେଇ ବିଜେଡି ସୁପ୍ରିମୋ ଶ୍ରୀଯୁକ୍ତ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍ କରି ସୁଚନା ଦେଇଛନ୍ତି । ସେ କହିଛନ୍ତି ଯେ, ବିଜେଡି ଏକ ଦାୟିତ୍ୱବାନ ଦଳ । ଆମେ ଲୋକଙ୍କ ସେବା ପାଇଁ ନିର୍ବାଚନ କରୁଛୁ । ତେଣୁ ସଂକ୍ରମଣକୁ ଦେଖି ପିପିଲି ଉପନିର୍ବାଚନରେ ରାଲି କି କୌଣସି କ୍ୟାମ୍ପେନ୍ କରିବୁ ନାହିଁ । ଲୋକଙ୍କୁ ବିପଦରେ ପକାଇ ନାହିଁ ଦଳ । ଲୋକଙ୍କ ଜୀବନ ଅତି ମୁଲ୍ୟବାନ ଏବଂ ଓଡିଶାକୁ ମୋ ପରିବାର ଭଳି ମୁଁ ଭାବେ । ବର୍ତ୍ତମାନ ସମୟରେ ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି ପ୍ରଚାର ଏବଂ ସମାବେଶରୁ ଦୁରେଇ ରୁହନ୍ତୁ । ଏଥିସହ ସମସ୍ତ ରାଜନୈତିକ ଦଳକୁ ବି ସେ ଆହ୍ୱାନ କରିଛନ୍ତି ।

Get real time updates directly on you device, subscribe now.