fbpx

ଚଳିତ ବର୍ଷ ଲାଗୁ ହେବନି ୩୩% ନିୟମ: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର,୩୦ ।୧(ଓଡିଶା ଭାସ୍କର): +୨ ପ୍ରଥମ ବର୍ଷରେ ୩୩% ମାର୍କ ନରଖିଲେ ଫେଲ ପ୍ରସଙ୍ଗରେ ସ୍ପଷ୍ଟୀକରଣ ରଖିଲେ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ । ସେ କହିଛନ୍ତି ଯେ, ଚଳିତବର୍ଷ ପାଇଁ ଏହି ନିୟମ ଲାଗୁ ହେବ ନାହିଁ । ଆସନ୍ତା ଶିକ୍ଷାବର୍ଷରୁ ଏହାକୁ କଡାକଡି ଭାବେ ଲାଗୁ କରାଯିବ ।’

ତେବେ ପୂର୍ବରୁ +୨ ପ୍ରଥମ ବର୍ଷରେ ୩୩% ନରଖିଲେ ଫେଲ ବୋଲି କହିଥିଲେ ଗଣଶିକ୍ଷା ମନ୍ତ୍ରୀ । ଏହାକୁ ନେଇ ରମାଦେବୀ ଓ ବିଭିନ୍ନ କଲେଜରେ ବିବାଦ ସୃଷ୍ଟି କରିଥିଲେ ଛାତ୍ରଛାତ୍ରୀ । ବିବାଦ ପରେ ପୁନର୍ବିଚାର କରାଯିବ ବୋଲି ଗଣମାଧ୍ୟମରେ କହିଥିଲେ ସମୀର ଦାଶ ।

Get real time updates directly on you device, subscribe now.