fbpx

ଚୋରି ହୋଇଯାଇଥିବା ସମ୍ପତ୍ତିକୁ ସେମାନଙ୍କ ମାଲିକଙ୍କ ହସ୍ତାନ୍ତର କଲା କଟକ ପୋଲିସ

କଟକ,୨୧/୦୪: କଟକ ଅର୍ବାନ ପୋଲିସ ମଙ୍ଗଳବାର “ ଉଦ୍ଧାର ସାମଗ୍ରୀ ହସ୍ତାନ୍ତର କାର୍ଯ୍ୟକ୍ରମ-୨୦୨୧” କାର୍ଯ୍ୟକ୍ରମ ଅନ୍ତର୍ଗତ କଟକରେ ଚୋରି ହୋଇଥିବା ଜିନିଷକୁ ଉଦ୍ଧାର ପରେ ସେମାନଙ୍କର ପ୍ରକୃତ ମାଲିକଙ୍କୁ ହସ୍ତାନ୍ତର କରିଛନ୍ତି। ଏହି କାର୍ଯ୍ୟକ୍ରମ ଇନିସିଏଟିଭ ଟୁୱାର୍ଡସ ସିଟିଜେନ ସେନଟ୍ରିକ ପୋଲିସିଂ, କଟକ ଡିସିପି ଅଫିସ୍ କ୍ୟାମ୍ପସରେ ଆୟୋଜିତ ହୋଇଥିଲା

୬୯ ମୋବାଇଲ ଫୋନ, ୧୮ଟି ବାଇକ, ୨ଟି ଲାପଟପ, ୩ଟି ଏଲଇଡି ଟିଭି, ଗୋଟିଏ ଡିଜିଟାଲ କ୍ୟାମେରା ଏବଂ ୨ଟି ସ୍ମାର୍ଟୱାଚ ଗତ ତିନି ମାସରେ ଉଦ୍ଧାର ହୋଇଥିଲା  । ପରେ ଏହି ସବୁ ଜିନିଷକୁ ଏକା ସାଙ୍ଗରେ ସୋମାନଙ୍କ ପ୍ରକୃତ ମାଲିକଙ୍କୁ ହସ୍ତାନ୍ତର କାରିବାକୁ ସ୍ଥିର କରାଯାଇଥିଲା । କଟକ ପୋଲିସର ଏହି ଅଭିନବ ପ୍ରୟାସରେ ପ୍ରାୟ ୧୦୦ ଆବେଦନକାରୀ ମାଲିକ ନିଜର ଚୋରି ହୋଇଥିବା ଜିନିଷ ଫେରି ପାରିଛନ୍ତି  ।

କଟକ ଡିସିପି ପ୍ରତୀକ ସିଂହ କହିଛନ୍ତି “ପ୍ରକୃତ ମାଲିକଙ୍କୁ ସୋମନଙ୍କର ସମ୍ପତ୍ତି ହସ୍ତାନ୍ତର କରିବା ଆମ କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟ ଥିଲା, ଭବିଷ୍ୟତରେ ଆମେ ଏହାକୁ ପ୍ରତି ତିନି ମାସରେ ଜାରି ରଖିବୁ । ନାଗରିକଙ୍କ ସହଯୋଗ ପାଇଁ ଆମେ କୃତଜ୍ଞ ।”

କାର୍ଯ୍ୟକ୍ରମରେ ଡିସିପିଙ୍କ ବ୍ୟତୀତ, ତ୍ରିନାଥ ମିଶ୍ର, ଆଡିସନାଲ ଡିସିପି ଏବଂ ଜୋନାଲ ଏସିପି ମାନେ ମଧ୍ୟ ଯୋଗଦେଇଥିଲେ । ବାଦାମବାଡି, ପୁରୀଘାଟ, ମର୍କତନଗର, ସିଡିଏ ୨, କ୍ୟାଣ୍ଟନମେଣ୍ଟ, ମଙ୍ଗଳାବାଗ, ମାଲଗୋଦାମ, ଚାଉଳିଆଗଞ୍ଜ ଏବଂ ଜଗତପୁର, ସଦର ଥାନା ଆଇଏସଆଇସି ମଧ୍ୟ ଉପସ୍ଥିତ ରହିଥିଲେ ।

Get real time updates directly on you device, subscribe now.