fbpx

ପାକିସ୍ତାନର ହୋଟେଲ୍ ସେରେନାରେ ବିସ୍ଫୋରଣ: ୪ ମୃତ ୧୧ ଜଣ ଆହତ

ନୂଆଦିଲ୍ଲୀ ୨୨ ।୪ (ଓଡିଶା ଭାସ୍କର) : ହୋଟେଲରେ ବିସ୍ଫୋରଣ ଯୋଗୁ ଚାରି ଜଣଙ୍କର ମୃତ୍ୟୁ ଘଟିଛି। ଏଥିରେ ୧୧ ରୁ ଅଧିକ ଆହତ ହୋଇଛନ୍ତି। ଏହି ହୋଟେଲରେ ଚାଇନା ରାଜଦୂତ ରହୁଥିଲେ । ପାକିସ୍ତାନର କ୍ୱେଟା ସହରରେ ଥିବା ସେରେନା ହୋଟେଲରେ ଏହି ବିସ୍ଫୋରଣ ହୋଇଥିବା ସୂଚନା ରହିଛି । ହୋଟେଲ କର୍ତ୍ତୃପକ୍ଷଙ୍କ କହିବା ଅନୁଯାୟୀ ହୋଟେଲରେ ଥିବା ପାର୍କିଂ ଏରିଆରେ ଥିବା କାରରେ ବିସ୍ଫୋରଣ ହେବାରୁ ଏହି ଦୁର୍ଘଟଣା ହୋଇଛି।ସୂଚନା ଅନୁସାରେ ପାକିସ୍ତାନ ଗୃହମନ୍ତ୍ରୀ ରଶିଦ ଅହମଦଙ୍କ କହିଛନ୍ତି ଯେ ଏହି ହୋଟେଲରେ ଚାଇନାର ରାଜଦୂତ ରହୁଥିଲେ। ତେବେ ବିସ୍ଫୋରଣ ବେଳେ ରାଜଦୂତ ଜଣଙ୍କ ହୋଟେଲ ବାହାରେ ଥିଲେ। ବେଲୁଚିସ୍ତାନର ଗୃହମନ୍ତ୍ରୀ ଜିୟାଉଲ୍ଲାହ କହିଛନ୍ତି, ଚାଇନାର ରାଜଦୂତ ସୁରକ୍ଷିତ ରହିଛନ୍ତି। ତେବେ ଚାଇନା ରାଜଦୂତ ଏହାକୁ ନେଇ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି।


ବେଲୁଚିସ୍ତାନରେ ଗ୍ୱଦର ବନ୍ଦର ରହିଛି। ଯାହାକି ଚାଇନାର ବେଲ୍ଟ ଆଣ୍ଡ ରୋଡ୍ ଇନିସିଏଟିଭ୍ ଇକୋନୋମିକ୍ କରିଡରରେ ରହିଛି। ଆଉ ଏଠାରେ ୬୫ ବିଲିୟନ ଡଲାରର ପୁଞ୍ଜି ବିନିଯୋଗ କରିଛି ଚାଇନା। ବିସ୍ଫୋରଣ ସତ୍ତ୍ୱେ ଚାଇନା ରାଜଦୂତଙ୍କ ଗସ୍ତସୂଚୀ ବା କାର୍ୟ୍ୟକ୍ରମରେ କୌଣସି ପରିବର୍ତ୍ତନ ହୋଇନଥିବା ସୂଚନା ରହିଛି। ପାକିସ୍ତାନର ତାଲିବାନ ଏହି ଆକ୍ରମଣ କରିଥିବା ନିଜ ଆଡୁ କହିଛି। ଆତଙ୍କବାଦୀ ସଂଗଠନ ତେହେରିକ-ଇ-ତାଲିବାନ ପାକିସ୍ଥାନର ମୁଖପାତ୍ର ରଏଟର୍ସକୁ ଏକ ବାର୍ତ୍ତା ଜରିଆରେ କହିଛି ଯେ ହୋଟେଲ ଉପରେ ଆତ୍ମଘାତୀ ବିସ୍ଫୋରଣ କରାଯାଇଥିଲା।

 

Get real time updates directly on you device, subscribe now.