fbpx

ମେ ୨୬ରେ ରାଜ୍ୟରେ କାଳବୈଶାଖୀ ସମ୍ଭାବନା

ଭୁବନେଶ୍ୱର, ୨୪ା୪ : ଆସନ୍ତା ୨୬ ତାରିଖ ପରଠାରୁ ରାଜ୍ୟରେ କାଳବୈଶାଖୀ ସମ୍ଭାବନା ରହିଛି । ଏନେଇ ପାଣିପାଗ ବିଭାଗ ପକ୍ଷରୁ ୩ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣି ଜାରି କରାଯାଇଛି । ତେବେ ଆଜି ଏବଂ କାଲି ପାଗ ଶୁଖିଲା ରହିବାକୁ ଥିବା ବେଳେ ୨୬ ତାରିଖ ପରେ ପାଣିପାଗରେ ପରିବର୍ତ୍ତନ ଆସିପାରେ । ୨୬ ତାରିଖରେ ୩ଟି ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା ଥିବା ବେଳେ ଉକ୍ତ ୩ଟି ଜିଲ୍ଲା ହେଉଛି ମାଲକାନାଗିରି, କୋରାପୁଟ ଏବଂ ଗଜପତି । ଏହି ତିନି ଜିଲ୍ଲାର କିଛି ଅଞ୍ଚଳରେ ସ୍ପଳ୍ପ ପରିମାଣର ବର୍ଷା ହେବା ସହିତ ଘଡଘଡି ମାରିବାର ଆଶଙ୍କା ରହିଛି । ଏନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୁଚନା ଦିଆଯାଇଛି ।

Get real time updates directly on you device, subscribe now.