fbpx

କରୋନା ରୋଗୀଙ୍କ ସେବା କରୁଛନ୍ତି ୪ ମାସର ଗର୍ଭବତୀ ନର୍ସ!

ଗୁଜୁରାଟ ୨୪ । ୪ (ଓଡିଶା ଭାସ୍କର) : ଦେଶରେ ଦ୍ରୁତ ବେଗରେ ବଢୁଥିବା କରୋନା ସଂକ୍ରମଣ ସମସ୍ତଙ୍କ ଚିନ୍ତା ବଢାଇବାରେ ଲାଗିଛି । ସେପଟେ କରୋନାର ଦ୍ୱିତୀୟ ଲହର ଅଧିକ କ୍ଷତିକାରକ ହୋଇ ଥିବାରୁ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଚାଲିଛି । କରୋନା ସଂକ୍ରମଣ ନେଇ ସମସ୍ତଙ୍କ ମନରେ ଭୟର ବାତାବରଣ ରହିଛି । ଏଭଳି ସମୟରେ ବି କିଛି ଲୋକ ଅଛନ୍ତି ଯେଉଁମାନେ ମାନବିକତା ଭୁଲି ନାହାନ୍ତି । ଆମେ ଏମିତି ଜଣେ ନର୍ସଙ୍କ କଥା କହୁଛୁ ଯେ କି ୪ ସାମର ଗର୍ଭବତୀ ଥାଇ ମଧ୍ୟ କରୋନା ରୋଗୀଙ୍କ ସେବାରେ ନିଜକୁ ନିୟୋଜିତ କରିଛନ୍ତି । ଖାଲି ଏତିକ ନୁହଁ ରମଜାନ ମାସ ଚାଲିଥିବାରୁ ଦିନ ସାରା ସେ ଉପବାସ ରହି ରୋଜା ମଧ୍ୟ ରଖୁଛନ୍ତି । ଅନ୍ୟମାନଙ୍କ ଲାଗି ଉଦାହରଣ ସୃଷ୍ଟି କରିପାରୁଥିବା ଘଟଣାଟି ଗୁଜୁରାଟରୁ ସାମ୍ନାକୁ ଆସିଛି ।

ସୂଚନା ଅନୁସାରେ ଗୁଜୁରାଟର ସୁରତ ସହରରେ ଥିବା ଏକ କୋଭିଡ୍ କେୟାର୍ ହସ୍ପିଟାଲରେ ନର୍ସ ଭାବେ କାମ କରନ୍ତି ନେନ୍ସି ଆୟେଜା ମିସ୍ତ୍ରୀ । ବର୍ତ୍ତମାନେ ନେନ୍ସି ୪ ମାସର ଗର୍ଭବତୀ ଥିବା ପରେ ବି ଲଗାତାର ଭାବେ କରୋନା ରୋଗୀଙ୍କ ସେବା କରିଚାଲିଛନ୍ତି । ଆଶ୍ଚର୍ଯ୍ୟର କଥା ଯେ ରୋଜା ରଖିଥିବାରୁ ସେ ଦିନ ସାରା କଛି ନ ଖାଇ ୮ ରୁ ୧୦ ଘଣ୍ଟା ଡ୍ୟୁଟି କରୁଛନ୍ତି । କରୋନା ରୋଗୀଙ୍କ ସେବା କରୁଥିବାରୁ ତାଙ୍କୁ ଏବଂ ତାଙ୍କ ପିଲା ପ୍ରତି କରୋନା ସଂକ୍ରମଣର ଭୟ ରହିଛି । ତଥାପି ନେନ୍ସି କେବେ ନିଜର କର୍ତ୍ତବ୍ୟରେ ଅବହେଳା କରି ନାହାନ୍ତି । ଏନେଇ ସେ କହିଛନ୍ତି ଯେ, ‘ମୁଁ ଜଣେ ନର୍ସ ଭାବରେ ମୋର କର୍ତ୍ତବ୍ୟ କରିଚାଲିଛି । ମୋ ପେଟରେ ଗୋଟେ ପିଲା ଅଛି । ହେଲ ଏହ ପବିତ୍ର ରମଜାନ ମାସରେ ଉପରବାଲାଙ୍କ ଆର୍ଶୀବାଦ ଯୋଗୁ ଲୋକଙ୍କର ସେବା କରିବାର ସୁଯୋଗ ମୋତେ ମିଳିଛି । ମୋ ପାଇଁ ଲୋକମାନଙ୍କ ସେବା ହିଁ ସବୁଠାରୁ ବଡ଼ ପ୍ରାର୍ଥନା ।’ ଏନେଇ ଏଏନଆଇ ପକ୍ଷରୁ ଟ୍ୱିଟ୍ କରାଯାଇଛି ।

Get real time updates directly on you device, subscribe now.