fbpx

ମାଫିଆ ସରଦାର ମୁଖ୍ତାର ଅସାଂରି କରୋନା ପଜିଟିଭ ଚିହ୍ନଟ

ଉତ୍ତରପ୍ରଦେଶ ୨୫ । ୪ (ଓଡିଶା ଭାସ୍କର) : ଉତ୍ତରପ୍ରଦେଶ ବାନ୍ଦା ଜେଲରେ ମାଫିଆ ସରଦାର ମୁଖ୍ତାର ଅସାଂରି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।  ଗତକାଲି ଟେଷ୍ଟ ପାଇଁ ସାମ୍ପୁଲ୍ ନିଆଯାଇଥିଲା । ଏଣ୍ଟିଜେନ୍ ରିପୋର୍ଟରେ ତାଙ୍କୁ କରୋନା ପଜିଟିଭ ହୋଇଥିବା ଜଣା ପଡିଛି । ଏବେଯାଏ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଥିବା ସୂଚନା ରହିଛି । ସେପଟେ ମୁଖ୍ତାରର ଆରଟିପିସିଆର ରିପୋର୍ଟ  ଆସିନାହିଁ । ଆଗରୁ ମୁଖ୍ତାର ପଞ୍ଜାବର ରୋପଡ ଜେଲରେ କିଛି ଦିନ ପାଇଁ ଥିଲେ । ଏବେ ତାଙ୍କୁ ଉତ୍ତରପ୍ରଦେଶର ବାନ୍ଦା ଜେଲରେ ରଖାଯାଇଛି । ସୂଚନା ଅନୁସାରେ ଉତ୍ତରପ୍ରଦେଶର କରୋନା ସ୍ଥିତି ବିଗିଡିବାରେ ଲାଗିଛି । ଦିନକୁ ଦିନ ନୂଆ ରେକର୍ଡ ଭାଙ୍ଗୁଛି କରୋନା ସଂକ୍ରମଣ । ସେଥିପାଇଁ ଉତ୍ତରପ୍ରଦେଶ ସରକାର ପୁଣି ଥରେ ଅସ୍ଥାୟୀ ଜେଲ ତିଆରି କରିବା ପାଇଁ ନିଷ୍ପତ୍ତି ନେଇଛି । ଯେଉଁଠି କଏଦିମାନଙ୍କୁ କ୍ୱାରେଣ୍ଟୋଇନ୍ କରାଯାଇ ପରେ ଜେଲକୁ ପଠାଯିବ ।

Get real time updates directly on you device, subscribe now.