fbpx

ନିର୍ଭୟା ଗଣଦୁଷ୍କର୍ମ ମାମଲା, ୪ଦୋଷୀଙ୍କ ପୁତ୍ତଳିକାକୁ ଫାଶୀ

ନୂଆଦିଲ୍ଲୀ, ୩୧ା୧: ନିର୍ଭୟା ଗଣଦୁଷ୍କର୍ମ ମାମଲାର ୪ଦୋଷୀଙ୍କ ପୁତ୍ତଳିକାକୁ ଫାଶୀ ଦିଆଯାଇଛି । ଆସନ୍ତାକାଲି ଫାଶୀଥିବା ବେଳେ ଆଜି ଚାରି ଦୋଷୀଙ୍କ ପୁତ୍ତଳିକାକୁ ଫାଶୀ ଲଗାଇ ଟ୍ରାଏଲ କରାଯାଇଛି । ଦୋଷୀଙ୍କ ଓଜନରୁ ଦେଢ଼ ଗୁଣା ଅଧିକ ଓଜନର ପୁତ୍ତଳିକାକୁ ଝୁଲାଯାଇଛି । ଅନ୍ୟପଟେ ଚାରିଦୋଷୀ ଫାଶୀ କବଳରୁ ବଞ୍ଚିବା ପାଇଁ ବିଭିନ୍ନ ପ୍ରକାର ରାସ୍ତା ଆପଣାଉଛନ୍ତି । କିଏ କ୍ୟୁରେଟିଭ ପିଟିସନ ଦାୟର କରୁଥିବା ବେଳେ ଅନ୍ୟଜଣେ ରାଜକ୍ଷମା ପାଇଁ ଆବେଦନ କରୁଛି । ବର୍ତ୍ତମାନ ପଟିଆଲା ହାଉସକୋର୍ଟ ଜାରି କରିଥିବା ସମୟ ଫେବୃଆରୀ ୧ ସକାଳ ୬ଟାରେ ଫାଶୀ ଦିଆଯିବା ନେଇ ଚର୍ଚ୍ଚା ଜୋର ଧରିଛି । କାରଣ ସେପଟେ ବିନୟ ରାଜକ୍ଷମା ପାଇଁ ଆବେଦନ କରିଛି । ନିୟମ ଅନୁସାରେ ରାଜକ୍ଷମା ଖାରଜ ପରେ ଦୋଷୀକୁ ୧୪ଦିନ ସମୟ ମିଳିଥାଏ । ବତ୍ତର୍ମାନ ଆସନ୍ତାକାଲି ଫାଶୀକୁ ନେଇ ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହାରି ମଧ୍ୟରେ ତିହାର ଜେଲରେ ଫାଶୀକୁ ନେଇ ସମସ୍ତ ପ୍ରସ୍ତୁତି ସରିଯାଇଥିବା ନେଇ ସୂଚନା ମିଳିଛି ।

Get real time updates directly on you device, subscribe now.