fbpx

୧୨ OASଙ୍କୁ ପଠାଗଲା ପଶ୍ଚିମ ଓଡିଶା, ଜାଣନ୍ତୁ କେଉଁ ସ୍ଥାନକୁ କିଏ ଗଲେ?

ଭୁବନେଶ୍ୱର,୨୭ ।୪(ଓଡିଶା ଭାସ୍କର): ସାରା ରାଜ୍ୟ ଏବେ କରୋନା କବଳରେ ରହିଛି । ଏହାର ମୁକାବିଲା ପାଇଁ ପଶ୍ଚିମ ଓଡିଶାକୁ ଯାଇଛନ୍ତି ୧୨ ଓଏଏସ ଅଧିକାରୀ । କରୋନା ମୁକାବିଲା ଓ ପରିଚାଳନାରେ ଜିଲ୍ଲା ପ୍ରଶାସନକୁ ସହଯୋଗ କରିବାକୁ ଯାଇଛନ୍ତି ଅଧିକାରୀ । ଓଏଏସ ଅଧିକାରୀଙ୍କ ମଧ୍ୟରେ ବିବେକାନନ୍ଦ ସାହୁ, ହେମନ୍ତ ସିଂହ, ଶ୍ୱେତ କୁମାର ଦାସ ନୂଆପଡାକୁ ଯାଇଛନ୍ତି ।

ସେହିପରି ଅଯୋଧ୍ୟାକାନ୍ତ ଶତପଥୀ, ଦିଲ୍ଲୀପ ମହାପାତ୍ର ବଲାଙ୍ଗିର ଯାଇଛନ୍ତି । ଏହା ସହ ଦୁର୍ଗା ପ୍ରସାଦ ମହାପାତ୍ର, ଧିରେନ୍ଦ୍ରନାଥ କର ବରଗଡ ଯାଇଛନ୍ତି । ମଧୁସୂଦନ ବେହେରା, ପ୍ରଭାତ ବେହେରା, ପ୍ରଭାତ ସାହୁ, ସନ୍ତୋଷ ଦାସଙ୍କୁ ସମ୍ବଲପୁର ପଠାଯାଇଛି । ଆଶିଷ ଜେନା ଓ ଦେବାଶିଷ ପଟ୍ଟନାୟକ ସୁନ୍ଦରଗଡ ଯାଇଛନ୍ତି । ତୁରନ୍ତ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ରିପୋର୍ଟ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

Get real time updates directly on you device, subscribe now.