fbpx

କରୋନାରେ କାମ ଅଭାବ ଯୋଗୁ ଅଭିନେତାଙ୍କ ସହ ସମ୍ପର୍କ କାଟିଦେଲା ପରିବାର !

ମୁମ୍ବାଇ ୨୯ ।୪ (ଓଡ଼ିଶା ଭାସ୍କର) : ‘ଭୀଷ୍ମପିତା’ ଭାବେ ଅଭିନୟ କରିଥିବା ସୁନୀଲ ନାଗର ଏବେ ବହୁତ ଖରାପ ସମୟ ଦେଇ ଗତି କରୁଛନ୍ତି । ଯିଏ ଦିନେ ରାମନନ୍ଦ ସାଗରଙ୍କ ନର୍ଦ୍ଦେଶନାରେ ‘ଶ୍ରୀ କ୍ରିଷ୍ଣା’ ସିରିୟଲରେ ‘ଭୀଷ୍ମପିତା’ ରୋଲରେ ଅଭିନୟ କରି ଲୋକଙ୍କ ପ୍ରସଂଶାର ପାତ୍ର ହୋଇଥିଲେ । କରୋନା ଯୋଗୁ ତାଙ୍କୁ କାମ ମିଳୁ ନଥିବାରୁ ସେ ଏବେ ଆର୍ଥିକ ପରିସ୍ଥିତି ଦେଇ ଗତି କରୁଛନ୍ତି । ନିଜର ଖରାପ ସ୍ଥିତି ଯୋଗୁ ସୁନୀଲ ନାଗର ମୁମ୍ବାଇରେ ଥିବା ଘରକୁ ବିକ୍ରି କରି ଦେଇଛନ୍ତି । ଏବେ ସେ ଏକ ଭଡା ଘରେ ରହୁଛନ୍ତି । ସୁନୀଲ ନାଗର ଏକ ସାକ୍ଷାତକାରରେ କହିଛନ୍ତି କି , ଏହି ସମୟରେ ଜଣା ନାହିଁ କାହାକୁ ଦୋଷ ଦେବି । ଯେତେବେଳେ ମୁଁ କାମ କରୁଥିଲି ସେହି ସମୟରେ ବହୁତ ପଇସା ରୋଜଗାର କରୁଥିଲି । ମୁଁ କେତେକ ହିଟ୍ ‘ଶୋ’ ଏବଂ ଫିଲ୍ମରେ ଅଭିନୟ ମଧ୍ୟ କରିଛି । ଲୋକମାନେ ମୋର କାମକୁ ପସନ୍ଦ ମଧ୍ୟ କରିଥିବାରୁ ମୋତେ ଅଧିକ କାମ ମିଳୁଥିଲା । ହେଲେ ଏବେ ଇଣ୍ଡଷ୍ଟ୍ରିରେ ମୋଠୁ ଭଲ ଅଭିନୟ କରୁଥିବା କଳାକାରଙ୍କୁ ମଧ୍ୟ କାମ ମିଳୁନାହିଁ ।

 

ସୁନୀଲ ଆହୁରି ମଧ୍ୟ କହିଛନ୍ତି ଯେ ସେ ଜଣେ ଭଲ ଗାୟକ । ତେଣୁ ତାଙ୍କୁ ଏକ ରେଷ୍ଟୋରେଣ୍ଟରେ ଗୀତ ଗାଇବାର ସୁଯୋଗ ମିଳିଥିଲା । ତେବେ କରୋନା ଯୋଗୁ ରେଷ୍ଟୋରେଣ୍ଟ ବନ୍ଦ ହୋଇଯାଇଥିଲା । ଗତ କିଛିଦିନ ହେବ ମୋ ଭଡାଘରର ଭଡା ଦେବାକୁ ମୁଁ ସମର୍ଥ ନୁହଁ । ସୂଚନା ଅନୁସାରେ ସୁନୀଲଙ୍କ ବନ୍ଧୁ ଯେ କି ଜଣେ କାଷ୍ଟିଙ୍ଗ୍ ଡାଇରେକ୍ଟର ସେ ତାଙ୍କୁ ଦିନେ କଲ୍ କରିଥିଲେ । ସୁନୀଲ ତାଙ୍କ ପରିସ୍ଥିତ ସମ୍ପର୍କରେ ତାଙ୍କୁ ଅବଗତ କରାଇଥିଲେ । ଏବଂ କହିଥିଲେ କି ତାଙ୍କୁ ସେ କାମ ଦେବାରେ ସାହାଯ୍ୟ କରିବେ । କିନ୍ତୁ ଜଣା ନାହିଁ କେତେ ସମୟ ଲାଗିବ ସେଥିପାଇଁ ସେ ମୋତେ କହିଥିଲେ କି ସୋସିଆଲ ମିଡିଆରେ କାମ ମାଗିଲେ ଶୀଘ୍ର ମିଳିଯିବ । ସୁନୀଲ ଏକଥା ମଧ୍ୟ କହିଛନ୍ତି ଯେ , ଲୋକମାନେ ଭାବୁଥିବେ ଜଣେ ଅଭିନେତା ହୋଇ ତାଙ୍କ ପାଖରେ ପଇସାର ଅଭାବ କେମିତି ? କିନ୍ତୁ ଏ ମୋ ଜୀବନର ସତ୍ୟ ! ମୋ ପାଖରେ ପଇସାର ଅଭାବ ଦେଖା ଦେବାରୁ ମୋ ପରିବାର ମୋଠୁ ଦୁରେଇ ଯାଇଛି । ମୋର ସମସ୍ତେ ଅଛନ୍ତି । ହେଲେ ମୋ ପାଇଁ କାହାରିଙ୍କର ଚିନ୍ତା ନାହିଁ । ‘ଭଗବାନଙ୍କୁ -ଧନ୍ୟବାଦ ଏବେ ଯାଏ ମୋତେ କରୋନା ହୋଇ ନାହିଁ । କିନ୍ତୁ ଅଲଗା ରୋଗ ଅଛି । ମୋର ଆଶା ଅଛି କି ଦିନେ ମୁଁ ଆଶାର ସକାଳ ଦେଖିବି ।’

Get real time updates directly on you device, subscribe now.