fbpx

ବିବାହ ଋତୁରେ ଶସ୍ତା ହୋଇଗଲା ସୁନା, ଜାଣନ୍ତୁ ଆଜିର ଦର

ନୂଆଦିଲ୍ଲୀ,୩୦ ।୪: ବିବାହ ଋତୁ ଚାଲିଥିବା ବେଳେ ଏପ୍ରିଲ ମାସର ଶେଷ ଦିନରେ ଶସ୍ତା ହୋଇଛି ସୁନା ଦର । ସୁନା ଦର ସହିତ ରୂପା ଦରରେ ମଧ୍ୟ ହ୍ରାସ ଘଟିଛି । ଆଜି ୨୪ କ୍ୟାରେଟ୍ ସୁନାରେ ୧୦ ଗ୍ରାମ ପିଛା ୧୮୭ ଟଙ୍କା ହ୍ରାସ ପାଇଛି । ଏହି କ୍ରମରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ୪୬,୭୪୩ ଟଙ୍କାକୁ ଖସିଆସିଛି । ଏଥିସହିତ ରୂପା ୧୧୦ କିଲୋଗ୍ରାମ ହ୍ରାସ ପାଇ ୬୮,୩୫୦ ଟଙ୍କା ହୋଇଛି ।

ଇଣ୍ଡିଆ ବୁଲିଅନ୍ ଏବଂ ଜୁଏଲର୍ସ ଆସୋସିଏସନର ୱେବସାଇଟ୍ ଅନୁଯାୟୀ, ଆଜି ସରାଫା ବଜାରରେ ୨୩ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ୪୬,୫୫୬ ଟଙ୍କା ହୋଇଥିବା ବେଳେ ୨୨ କ୍ୟାରେଟ୍ ମୂଲ୍ୟ ୪୨,୮୧୭ ଟଙ୍କା ହୋଇଛି । ସେହିପରି ୧୮ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୩୫,୦୫୭ ଟଙ୍କାକୁ ହ୍ରାସ ପାଇଛି ।

Get real time updates directly on you device, subscribe now.