fbpx

ଓଡିଶାରେ ଚିନ୍ତା ବଢାଉଛି କରୋନା: ଆଜି ୮୦୧୫ ନୂଆ ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁଠୁ କେତେ?

ଭୁବନେଶ୍ୱର,୨ ।୫(ଓଡିଶା ଭାସ୍କର): ରାଜ୍ୟରେ କରୋନା ମହାମାରୀ ହୁ ହୁ ହୋଇ ବଢିଚାଲିଛି । ଏହାରି ମଧ୍ୟରେ ରାଜ୍ୟରେ ଆଜି ୮ ହଜାର ୧୫ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୧୨୭୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଏହା ସହ ସୁନ୍ଦରଗଡରୁ ୭୩୫, ଅନୁଗୁଳରୁ ୫୨୫, କଟକରୁ ୪୮୨, ସମ୍ବଲପୁରରୁ ୪୪୧, ବରଗଡରୁ ୩୯୦, ଝାରସୁଗୁଡାରୁ ୩୮୬, ନବରଙ୍ଗପୁରରୁ ୩୨୦, ପୁରୀରୁ ୩୦୬, ନୂଆପଡାରୁ ୨୬୪, ଷ୍ଟେଟ ପୁଲରୁ ୨୩୬, ସୁବର୍ଣ୍ଣପୁରରୁ ୨୦୭, ମୟୂରଭଞ୍ଜରୁ ୧୯୯, ବଲାଙ୍ଗିରରୁ ୧୯୮, ଯାଜପୁରରୁ ୧୯୪, ନୟାଗଡରୁ ୧୮୭, କଳାହାଣ୍ଡିରୁ ୧୭୪, ଗଞ୍ଜାମରୁ ୧୬୯, ରାୟଗଡାରୁ ୧୫୪, ଜଗତସିଂହପୁରରୁ ୧୪୯, ଭଦ୍ରକରୁ ୧୪୫, କୋରାପୁଟରୁ ୧୨୭, ଗଜପତିରୁ ୧୨୦, ବୌଦ୍ଧରୁ ୧୦୩, ଦେବଗଡରୁ ୧୦୧, ବାଲେଶ୍ୱରରୁ ୧୦୦, ଢେଙ୍କାନାଳରୁ ୮୬, କେନ୍ଦୁଝରରୁ ୭୫, କେନ୍ଦ୍ରପଡାରୁ ୭୦, କନ୍ଧମାଳରୁ ୬୧, ମାଲକାନଗିରିରୁ ୩୬ରୁ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

Get real time updates directly on you device, subscribe now.