fbpx

ସ୍ଥଗିତ ହୋଇପାରେ ନିଟ୍ ପରୀକ୍ଷା, ମେଡିକାଲ୍ ଛାତ୍ରଛାତ୍ରୀମାନଙ୍କୁ ଦିଆଯାଇପାରେ କୋଭିଡ୍ ଡ୍ୟୁଟି

ନୂଆଦିଲ୍ଲୀ ୦୨।୦୫(ଓଡିଶା ଭାସ୍କର) : ଦେଶରୁ କରୋନା ସଙ୍କଟ ଟଳି ନଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସହ ଭର୍ଚୁଆଲ ବୈଠକ କରିଛନ୍ତି । ବୈଠକରେ ସେ ଦେଶରେ ଉପୁଜିଥିବା ଅକ୍ସିଜେନର ଅଭାବ ଏବଂ ଜରୁରୀକାଳୀନ ମେଡିସିନ୍ ବିଷୟରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଛନ୍ତି । ତେବେ ଏହି ବୈଠକରେ ଏମବିବିଏସ ଓ ନର୍ସିଂର ଶେଷ ବର୍ଷର ଛାତ୍ରଙ୍କୁ କୋଭିଡ୍ ଡ୍ୟୁଟିରେ ନିୟୋଜିତ କରିବାକୁ ନିଷ୍ପତି ନେଇ ପାରନ୍ତି । ଏଥିସହ ମେଡିକାଲ ପ୍ରବେଶିକା ପରୀକ୍ଷା ନିଟକୁ ମଧ୍ୟ ଘୁଞ୍ଚାଇପାରନ୍ତି । ଏହା ବ୍ୟତୀତ ଏମବିବିଏସ ଶେଷ ବର୍ଷର ପରୀକ୍ଷା ମଧ୍ୟ ଶୀଘ୍ର କରାଯାଇପାରେ । ଯଦ୍ୱାରା ଅଧିକରୁ ଅଧିକ ସ୍ୱାସ୍ଥ୍ୟକର୍ମୀ କୋଭିଡ୍ ଡ୍ୟୁଟିରେ ନିୟୋଜିତ ହୋଇ ପାରିବେ ।

ସୁଚନା ଅନୁଯାୟୀ, ଫାଇନାଲ ଇୟରର ଯେଉଁ ଛାତ୍ରଙ୍କୁ କୋଭିଡ୍ ଡ୍ୟୁଟିରେ ନିୟୋଜିତ କରାଯିବ, ସେମାନଙ୍କୁ ସରକାରଙ୍କ ପକ୍ଷରୁ ପ୍ରୋତ୍ସାହନ ରାଶି ମଧ୍ୟ ଦିଆଯିବ । କିନ୍ତୁ ଏ ପର୍ୟ୍ୟନ୍ତ ନିଷ୍ପତି ଉପରେ ମୋହର ଲଗାଯାଇ ନାହିଁ । ମାତ୍ର ବୈଠକରେ ହୋଇଥିବା ଆଲୋଚନା ଉପରେ ଚୂଡାନ୍ତ ନିଷ୍ପତି ଆସନ୍ତାକାଲି ନିଆଯାଇପାରେ ବୋଲି କୁହାଯାଉଛି । ଆଜି ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ପ୍ରଧାନମନ୍ତ୍ରୀ କରୋନାର ଦ୍ୱିତୀୟ ଲହର ସଂକ୍ରାନ୍ତରେ ବିଭିନ୍ନ ଟିକା ପ୍ରସ୍ତୁତକାରୀ କମ୍ପାନୀ, ଅକ୍ସିଜେନ୍ ପ୍ରସ୍ତୁତକାରୀ କମ୍ପାନୀ, ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ତଥା ଅନେକ ଅଧିକାରୀ ମାନଙ୍କ ସହ ଆଲୋଚନା କରିଛନ୍ତି ।

Get real time updates directly on you device, subscribe now.