fbpx

ଅକ୍ସିଜେନକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ ଦିଲ୍ଲୀ ହାଇକୋର୍ଟ; କହିଲେ,’ଆପଣ ଆଖି ବନ୍ଦ କରିପାରିବେ ଆମେ ନୁହେଁ’

ନୁଆଦିଲ୍ଲୀ, ୪ା୫ (ଓଡିଶା ଭାସ୍କର) : ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ବେକାବୁ ହେବାରେ ଲାଗିଛି । ଗୋଟେ ପଟେ ସଂକ୍ରମଣ ବଢ଼ୁଛି ଅନ୍ୟପଟେ ଅକ୍ସିଜେନ୍ ଅଭାବରୁ ପ୍ରତିଦିନ ଅନେକ ଲୋକ ପ୍ରାଣ ହରାଉଛନ୍ତି । ଆଜି ଦିଲ୍ଲୀ ହାଇକୋର୍ଟ ରାଜ୍ୟରେ ଅକ୍ସିଜେନ୍ ଅଭାବ ସମସ୍ୟାକୁ କେନ୍ଦ୍ର କରି କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛି । ଏହି ମାମଲାର ଶୁଣାଣି ସମୟରେ ହାଇକୋର୍ଟ ଆଜି କେନ୍ଦ୍ରକୁ କହିଛି ଯେ, ଆପଣ ଆଖି ବନ୍ଦ କରି ପାରିବେ କିନ୍ତୁ ଆମେ ନୁହେଁ । ହାଇକୋର୍ଟରେ ଆମିକସ୍ କ୍ୟୁରି କହିଛନ୍ତି ଯେ, ଦିଲ୍ଲୀରେ ଅନେକ ଲୋକ ଅକ୍ସିଜେନ୍ ଅଭାବରେ ମରୁଛନ୍ତି । କିନ୍ତୁ କେନ୍ଦ୍ର ସରକାର ଆଖି ବନ୍ଦ କରି ବସିଛି ।

ହାଇକୋର୍ଟରେ ଆଜି ରାଜ୍ୟ ଏବଂ କେନ୍ଦ୍ର ମୁହାଁମୁହିଁ ଅବସ୍ଥାକୁ ଚାଲି ଆସିଛନ୍ତି । ରାଜ୍ୟ ସରକାର କହିଛନ୍ତି ଯେ, ସୁପ୍ରିମକୋର୍ଟ ମଧ୍ୟ ଦିଲ୍ଲୀକୁ ୭୦୦ ଏମଟିର ଅକ୍ସିଜେନ୍ ଦେବାକୁ କେନ୍ଦକୁ କହିଥିଲେ । କିନ୍ତୁ ତାହା ଆସିନି । ଦିଲ୍ଲୀ ସରକାର ଅଭିଯୋଗ କରିଥିଲେ ଯେ, କେନ୍ଦ୍ର ସରକାର ଅକ୍ସିଜେନ୍ ସିଲିଣ୍ଡର ସବୁର ସଠିକ୍ ବ୍ୟବହାର କରୁନି । ଏହି ସମୟରେ କେନ୍ଦ୍ର ସରକାର ମଧ୍ୟ ହାଇକୋର୍ଟକୁ କହିଛି ଯେ, କିଛି ଦିନ ତଳେ ଦିଲ୍ଲୀକୁ ୧୨ ଟି ଅତିରିକ୍ତ ଅକ୍ସିଜେନ୍ ଟ୍ୟାଙ୍କର୍ ପଠାଯାଇଥିଲା । କିନ୍ତୁ ଦିଲ୍ଲୀ ପକ୍ଷରୁ କେନ୍ଦ୍ର ଉପରେ ଅଭିଯୋଗ ଅଣାଯାଇଛି ଯେ, ଏଠାରେ ଅକ୍ସିଜେନ୍ ଅଭାବରେ ଲୋକ ମରୁଛନ୍ତି ହେଲେ କେନ୍ଦ୍ର ଅକ୍ସିଜେନ୍ ସପ୍ଲାଏ କରୁନାହିଁ । ରାଜ୍ୟ ଏବଂ କେନ୍ଦ୍ର ମଧ୍ୟରେ କଥା କଟାକଟି ଜୋରଦାର ହେବାରୁ ଆଜି ହାଇକୋର୍ଟ ଏଥିରେ ହସ୍ତକ୍ଷେପ କରିଛି ।

ସେହିପରି ଦିଲ୍ଲୀର ମୁନୀ ମାୟାରାମ୍ ହସ୍ପିଟାଲ ପକ୍ଷରୁ ହାଇକୋର୍ଟକୁ ଅପିଲ୍ କରାଯାଇଛି ଯେ, ତାଙ୍କ ପାଖରେ ୩୦ଟି ଅକ୍ସିଜେନ୍ ବେଡ୍ ରହିଛି । ଏହାପରେ ବି ଆମକୁ ଆହୁରି ଅକ୍ସିଜେନ୍ ର ଆବଶ୍ୟକତା ରହିଛି । ଆମର ଏହି ହସ୍ପିଟାଲରେ ପ୍ରତ୍ୟେକ ଦିନ ମୃତ୍ୟୁ ହେଉଛି ଏବଂ ସରକାର ଅକ୍ସିଜେନ ସପ୍ଲାଏ କରିବାରେ ବିଫଳ ହୋଇଛି । ଖାଲି ଏହି ଗୋଟିଏ ନୁହେଁ ହସ୍ପିଟାଲ ନୁହେଁ ବରଂ ଏହିପରି ଅନେକ କୋଭିଡ୍ ହସ୍ପିଟାଲର ସମାନ ସ୍ଥିତି । କିଛି ଦିନ ହେବ ଦିଲ୍ଲୀର ବିଭିନ୍ନ ହସ୍ପିଟାଲରେ ଅକ୍ସିଜେନ୍ ର ବ୍ୟାପକ ଅଭାବ ପରିଲକ୍ଷିତ ହୋଇଛି । ଲୋକେ ଅକ୍ସିଜେନ୍ ପାଉନାହାନ୍ତି ଯାହା ଫଳରେ ଅନେକ ଲୋକଙ୍କର ପ୍ରାଣ ଯାଉଛି ।

 

Get real time updates directly on you device, subscribe now.