fbpx

ପଶ୍ଚିମବଙ୍ଗରେ ହୋଇଥିବା ହିଂସାକୁ ନେଇ ରାଜ୍ୟପାଳଙ୍କ ସହ ଫୋନରେ କଥା ହେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ ୦୪ । ୦୫ (ଓଡ଼ିଶା ଭାସ୍କର) : ଦେଶରେ କରୋନା ସଂକ୍ରମଣ ବଢ଼ିବାରେ ଲାଗି ଥିବା ବେଳେ ପଶ୍ଚିମବଙ୍ଗରେ ହିଂସା ଥମିବାର ନାମ ନେଉନାହିଁ । ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ପଶ୍ଚିମବଙ୍ଗ ନିର୍ବାଚନରେ ହୋଇଥିବା ହିଂସାକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି। ଏହାସହ ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖଡଙ୍କ ସହ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ବାବଦରେ ଆଲୋଚନା ମଧ୍ୟ କରିଛନ୍ତି |

ପଶ୍ଚିମବଙ୍ଗ ରାଜ୍ୟପାଳଙ୍କ ପକ୍ଷରୁ ଟୁଇଟ୍ କରି କୁହାଯାଇଛି ଯେ , “ପ୍ରଧାନମନ୍ତ୍ରୀ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଗଭୀର ଚିନ୍ତା ପ୍ରକଟ କରିଛନ୍ତି। ମୁଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ଆଲୋଚନା କରିଛି | ରାଜ୍ୟରେ ହିଂସା, ଭଙ୍ଗାରୁଜା, ଲୁଟ୍ ଏବଂ ହତ୍ୟା ଘଟଣା ଜାରି ରହିଛି। ଏହାକୁ ନିୟନ୍ତ୍ରଣ କରିବା ଅତ୍ୟନ୍ତ ଜରୁରୀ ଅଟେ’।

ସେପଟେ ବିଜେପି ଦାବି କରିଛି ଯେ ଟିଏମସି କର୍ମୀଙ୍କ ହିଂସା ଯୋଗୁଁ ୯ ଜଣ କର୍ମୀଙ୍କର ମୃତ୍ୟୁ ଘଟିଛି | ଏନେଇ ଆଜି ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ପଶ୍ଚିମବଙ୍ଗ ଆସି କର୍ମୀଙ୍କୁ ଭେଟିବେ। ଏଥିସହ ଗୃହ ମନ୍ତ୍ରାଳୟ ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଠାରୁ ରିପୋର୍ଟ ମାଗିଛନ୍ତି।

Get real time updates directly on you device, subscribe now.