fbpx

ଗର୍ଭବତୀଙ୍କୁ କରୋନା ମୁକାବିଲା ନେଇ କ’ଣ ପରାମର୍ଶ ଦେଲେ ରାଜ୍ୟ ସରକାର?

ଭୁବନେଶ୍ୱର,୫ ।୫(ଓଡିଶା ଭାସ୍କର): କୋଭିଡ-୧୯ ସଚେତନତା ସମ୍ପର୍କିତ ଆଜି ଗୁରୁତ୍ୱପୂର୍ଣ୍ଣ ସୁଚନା ଦେଇଛନ୍ତି ରାଜ୍ୟ ସରକାର । ଏଣିକି କରୋନା ସମ୍ପର୍କରେ ଲୋକମାନେ ୧୦୪ ନମ୍ବରକୁ କଲ କରିପାରିବେ । ଭୁବନେଶ୍ୱରରେ ୧୯୨୯ ଦେୟଯୁକ୍ତ ନମ୍ବର ଜାରି କରାଯାଇଛି । ଏହା ସହ ସବୁ ଜିଲ୍ଲାରେ ଟେଲି ମେଡିସିନ ହବ୍ ମଧ ରହିଛି ବୋଲି ପ୍ରଫେସର ଡାକ୍ତର ତୁଷାର କୁମାର କର ସୂଚନା ଦେଇଛନ୍ତି । ଏହା ବ୍ୟତିତ ସେ କହିଛନ୍ତି, ଲୋକମାନେ ଡାକ୍ତରଙ୍କ ପରାମର୍ଶରେ ଡାକ୍ତରଖାନା ଆସିପାରିବେ । ଅକ୍ସିଜେନ୍ ମାତ୍ରା କମିଲେ ମୁହଁ ମାଡି ଶୋଇବା ଉଚିତ୍ ବୋଲି କୁହାଯାଇଛି । ହୋମ ଆଇସୋଲୋସନରେ ୯୦% ଲୋକ ଭଲ ହେଉଛନ୍ତି ।’

ସେହିପରି ଏସସିବି ମେଡିକାଲ ସ୍ତ୍ରୀ ଓ ପ୍ରସୂତି ବିଭାଗ ମୁଖ୍ୟ ଡା. ତୁଷାରଜ୍ୟୋତି କର କହିଛନ୍ତି ଯେ, ‘ଗର୍ଭଧାରଣ କରିଥିଲେ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ୍ । ଗର୍ଭଧାରଣ ସମୟରେ ରୋଗ ପ୍ରତିରୋଧକ ଶକ୍ତି କମିଯାଇଥାଏ । ଏହି ସମୟରେ ହାର୍ଟ ଓ ଫୁସଫୁସ ଜନିତ ରୋଗ ବେଶି ହୋଇଥାଏ । ଗର୍ଭାବସ୍ଥାରେ ୩ ଥର ଅଲଟ୍ରାସାଉଣ୍ଡ କରାଯାଇଥାଏ । ଗର୍ଭାବସ୍ଥାରେ ମାଆ ପଜିଟିଭ ହେଲେ ଅନେକ ପ୍ରଭାବ ପକାଇଥାଏ । ପଜିଟିଭ ମାଆଠାରୁ ସମୟ ପୂର୍ବରୁ ସନ୍ତାନ ଜନ୍ମ ହେବା ଦେଖାଦେଇଛି । ପଜିଟିଭ ମାଆମାନଙ୍କ କ୍ଷେତ୍ରରେ ମାତ୍ର ୨% ଗର୍ଭପାତ ହେଉଛି । ଗାଇଡଲାଇନ ଅନୁସାରେ ଗର୍ଭାବସ୍ଥାରେ କରୋନା ଟିକା ଦିଆଯାଇ ପାରିବ ନାହିଁ । ଶିଶୁ କ୍ଷୀର ଖାଉଥିଲେ ମହିଳାଙ୍କୁ କରୋନା ଟିକା ଦିଆଯାଇପାରିବନି । ଗର୍ଭଧାରଣ ପୂର୍ବରୁ ଟିକା ନେଇଥିଲେ ପରେ ଟିକା ନେଇପାରିବେନି । ରାଜ୍ୟରେ ୨୦% ଶିଶୁ ଓ କିଶୋର ପଜିଟିଭ ହେଉଛନ୍ତି । ଶିଶୁମାନେ କରୋନା ସଂକ୍ରମିତ ହେଲେ ଆରୋଗ୍ୟ ହେବାର ସମ୍ଭାବନା ଅଧିକ ରହିଛି । କରୋନା ଗାଇଡଲାଇନ ମାନି ମାଆ ଛୁଆକୁ କ୍ଷୀର ଦେଇପାରିବେ ।’

Get real time updates directly on you device, subscribe now.