fbpx

କୋଭିଡ-୧୯: ଭାରତରୁ ଯାତ୍ରୀଙ୍କ ଆଗମନ ଉପରେ ପ୍ରତିବନ୍ଧ ଳଗାଇଲା ଶ୍ରୀଲଙ୍କା

ନୂଆ ଦିଲ୍ଲୀ, ୦୫/୦୫: ଭାରତରେ କରୋନା ଭାଇରସ ସଂକ୍ରମଣ ମାମଲା ବଢିବା ଯୋଗୁଁ ଶ୍ରୀଲଙ୍କା ଭାରତରୁ ଯାଉଥିବା ଯାତ୍ରୀଙ୍କ ଉପରେ ରୋକ ଲଗାଇଛି । ବ୍ରିଟେନ, ୟୁଏଇ, ଅଷ୍ଟ୍ରେଲିଆ ଏବଂ ସିଙ୍ଗାପୁର ଭଳି ଅନେକ ଦେଶ ପୂର୍ବରୁ ଭାରତ ସହ ଦକ୍ଷିଣ ଏସିଆର ଅନ୍ୟ କିଛି ଦେଶର ଯାତ୍ରୀଙ୍କ ଉପରେ ପ୍ରତିବନ୍ଧ ଲଗାଇଛନ୍ତି ।
ଶ୍ରୀଲଙ୍କାର ବେସାମରିକ ବିମାନ ଚଳାଚଳ କର୍ତ୍ତୃପକ୍ଷ ଗୁରୁବାର କହିଛନ୍ତି ଭାରତରୁ ଆସୁଥିବା ଯାତ୍ରୀଙ୍କୁ ଶ୍ରୀଲଙ୍କାରେ ଅନୁମତି ନାହିଁ । ଭାରତରେ କରୋନା ଭାଇରସର ଦ୍ରୁତ ସଂକ୍ରମଣ ଯୋଗୁଁ ଏଭଳି ନିଷ୍ପତ୍ତି ନିଆଯାଇଛି । ସିଭିଲ ଆଭିଏସନ ଡାଇରେକ୍ଟର ଜେନେରାଲ ରାଷ୍ଟ୍ରୀୟ ବିମାନ କଂପାନୀ ଶ୍ରୀଲଙ୍କନ ଏୟାରଲାଇନ୍ସ ସିଇଓଙ୍କୁ ପତ୍ର ଲେଖି କହିଛଛନ୍ତି କି , “କୋଭିଡ -୧୯ ମହାମାରୀର ସ୍ଥିତି ସମ୍ପର୍କରେ ଶ୍ରୀଲଙ୍କା ସ୍ୱାସ୍ଥ୍ୟ ପ୍ରାଧିକରଣରୁ ମିଳିଥିବା ନିର୍ଦ୍ଦେଶ ଅନୁଯାୟୀ, ଭାରତରୁ ଆସୁଥିବା ଯାତ୍ରୀମାନଙ୍କୁ ଶ୍ରୀଲଙ୍କା ଆସିବାକୁ ଦିଆଯିବ ନାହିଁ ବୋଲି ନିର୍ଦ୍ଦେଶ ଦିଆଯାଇଛି। ”
ଶ୍ରୀଲଙ୍କାରେ କରୋନା ସଂକ୍ରମଣ ମାମଲା ବୃଦ୍ଧି ପାଇବାରେ ଲାଗିଛି । ଗତ ପାଞ୍ଚ ଦିନରେ ପ୍ରତିଦିନ ୨୦୦୦ରୁ ଅଧିକ ମାମଲା ସାମ୍ନାକୁ ଆସୁଛି । ଯେତେବେଳେକି ଏପ୍ରିଲରେ ୨୦୦ କେସ ସାମ୍ନାକୁ ଆସୁଥିଲା । ଗତ ସପ୍ତାହରେ ଶ୍ରୀଲଙ୍କା ନୌସେନା ଘୋଷଣା କରିଥିଲା କି ସେମାନେ ସଂକ୍ରମିତ ଭାରତୀୟ ଧୀବରମାନେ ଜଳ ସୀମା ପାର କରିବା ଏବଂ ସ୍ଥାନୀୟ ଲୋକଙ୍କ ସହିତ ସଂପର୍କ କରିବା ସମ୍ଭାବନା ଯୋଗୁଁ ଉତ୍ତର ଏବଂ ଊତ୍ତର ପୂର୍ବ ସମୁଦ୍ର ଉପରେ ନଜର ରଖିଛି । ସେହିଭଳି ଶ୍ରୀଲଙ୍କା ପର୍ଯ୍ୟଟନ ମନ୍ତ୍ରୀ ପ୍ରସନ୍ନା ରାଣାତୁଙ୍ଗା କହିଛନ୍ତି ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ କହିଛନ୍ତି ଶ୍ରୀଲଙ୍କାର ପ୍ରବାସୀ ଶ୍ରମିକମାନେ ଦେଶକୁ ଫେରିବାକୁ ପାଇଁ ନିର୍ଦ୍ଧେଶ ଦେଇଛନ୍ତି ।

Get real time updates directly on you device, subscribe now.