fbpx

ବିଲ୍ ଗେଟସଙ୍କୁ ଛାଡ଼ି ଚାଲିଯାଇଥିଲେ ତାଙ୍କର ଅନେକ ଗାର୍ଲଫ୍ରେଣ୍ଡ, ଏବେ ହାତ ଛାଡ଼ିଲେ ପତ୍ନୀ, ଜାଣନ୍ତୁ ଛାଡ଼ପତ୍ର ପଛର ଅସଲ କାରଣ

ସାଧାରଣତଃ କୁହାଯାଇଥାଏ ଯେ, ଟଙ୍କା ଦ୍ୱାରା ସବୁକିଛି କିଣିହେବ ବୋଲି । ମାତ୍ର ଏକଥା ଭୁଲ୍ ବୋଲି ପ୍ରମାଣିତ ହୋଇଛି । ବିଶ୍ୱର ଅନ୍ୟତମ ଧନୀ ଦମ୍ପତ୍ତିଙ୍କ ଛାଡ଼ପତ୍ର ଆମକୁ ଏଇ ସୂଚନା ଦେଉଛି ଯେ, ମଣିଷର ସମ୍ପର୍କ, ଭାବନା ଠାରୁ ଟଙ୍କା କଦାପି ଉଚ୍ଚରେ ନୁହେଁ । ମଣିଷର ଇଚ୍ଛା ଆଗରେ ଟଙ୍କା ନଗଣ୍ୟ । ଟଙ୍କାର ପାହାଡ଼ ଉପରେ ଜୀବନ ଅତିବାହିତ କରୁଥିଲେ ମଧ୍ୟ ଅଲଗା ହୋଇଛନ୍ତି ବିଲ୍ ଗେଟସ୍ ଓ ମେଲିଣ୍ଡା ଗେଟସ୍ । ୮ ବର୍ଷର ଡେଟିଂ ଓ ୨୭ ବର୍ଷର ବୈବାହିକ ଜୀବନ ପରେ ପରସ୍ପରଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି ଗେଟସ୍ ଦମ୍ପତ୍ତି । ତେବେ ମୁଖ୍ୟ ପ୍ରଶ୍ନ ଉଠୁଛି ୬୫ ବର୍ଷୀୟ ବିଲ ଓ ୫୬ ବର୍ଷୀୟା ମେଲିଣ୍ଡା ୩ଟି ସନ୍ତାନର ଜନକ ହୋଇ ମଧ୍ୟ କାହିଁକି ପରସ୍ପରଙ୍କ ସହମତିରେ ଏପରି ରାସ୍ତାକୁ ଆପଣାଇଲେ । ଏହା ପଛରେ ଅନେକ କାରଣ ଥାଇପାରେ ।

ନିଜର ଯୁବକ ସମୟରେ ଥରେ ବିଲ ତାଙ୍କର ଜଣେ ଗାର୍ଲଫ୍ରେଣ୍ଡଙ୍କୁ ଦେଖା କରିବାକୁ ରେଷ୍ଟୁରାଣ୍ଟକୁ ଯାଇଥିଲେ । ସେଠାରେ ସେ ଗାର୍ଲଫ୍ରେଣ୍ଡଙ୍କୁ ପ୍ରଶ୍ନ କରିଥିଲେ ଯେ, ‘ତୁମର ମାଟ୍ରିକ ପରୀକ୍ଷାରେ ଗଣିତରେ କେତେ ନମ୍ବର ଥିଲା?’ ଏକଥା ଶୁଣିବା ପରେ ତାଙ୍କର ଗାର୍ଲଫ୍ରେଣ୍ଡ ତାଙ୍କଠାରୁ ଦୂରେଇ ଯାଇଥିଲେ । ତାଙ୍କର ରିଲେସନସିପରେ ଆସୁଥିବା ଗାର୍ଲଫ୍ରେଣ୍ଡମାନଙ୍କୁ ସେ ବିଜିନେସ, ପାଠପଢ଼ା, ଜ୍ଞାନ ଆଦି ବିଷୟରେ ପ୍ରଶ୍ନ କରୁଥିଲେ । ଫଳରେ ଅଧିକାଂଶ ଯୁବତୀ ବିଲଙ୍କର ଏହି ଅଜବ ହରକତରେ ବିରକ୍ତ ହୋଇ ଦୂରେଇ ଯାଉଥିଲେ । ଏବେ ମେଲିଣ୍ଡା ଦୂରେଇ ଯିବା ପଛରେ ଅନେକ ଅନେକ କାରଣ ଥାଇପାରେ । ହୁଏତ ମେଲିଣ୍ଡା ନିଜକୁ ବିଶ୍ୱର ଧନୀ ମହିଳାଙ୍କ ମଧ୍ୟରେ ପରିଗଣିତ କରିବାକୁ ଚାହୁଁ ଥାଇପାରନ୍ତି । ବିଲ୍ ଓ ମେଲିଣ୍ଡା ପରସ୍ପରଠାରୁ ଦୂରେଇ ଯିବା ପରେ ଅନେକ ବିଜିନେସ୍ ସିକେଟ୍ ରହିଥିବା ଆଶଙ୍କାକୁ ଏଡ଼ାଇ ଦିଆଯାଇ ନପାରେ । ଉଭୟେ ଅଲଗା ହେବା ପରେ ଫାଉଣ୍ଡେସନର ଚ୍ୟାରିଟି ଅର୍ଥର ପରିମାଣ ହ୍ରାସ ପାଇବାର ସମ୍ଭାବନା ରହିଛି । ବର୍ଷ ବର୍ଷ ଧରି କିଛି ବ୍ୟକ୍ତି ସୁଖର ପ୍ରାଚୁର୍ଯ୍ୟ ଭିତରେ ରହିବା ପରେ ସଂସାର ତ୍ୟାଗ କରିଥିବାର ଅନେକ ଉଦାହରଣ ରହିଛି । ବିଲ୍ ଓ ମେଲିଣ୍ଡା ଯେ ସାଧାରଣ ଜୀବନ ଯାପନ କରିବାକୁ ଚାହୁଁନଥିବେ ଏକଥାକୁ ଏଡ଼ାଇ ଦେଇ ହେବ ନାହିଁ ।

Get real time updates directly on you device, subscribe now.