fbpx

ତାମିଲନାଡ଼ୁରେ ପରିସ୍ଥିତି ଅଣାୟତ୍ତ: ୧୪ ଦିନିଆ ଲକଡାଉନ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଚେନ୍ନାଇ, ୮ା୫: ରାଜ୍ୟରେ ଦିନକୁ ଦିନ କରୋନାର ସଂକ୍ରମଣ ବଢ଼ିବାରେ ଲାଗିଛି । ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ୍ ରାଜ୍ୟରେ ୧୪ ଦିନିଆ ଲକଡାଉନ୍ ଘୋଷଣା କରିଛନ୍ତି । ଆସନ୍ତା ୧୦ ତାରିଖଠାରୁ ଏହି ଲକଡାଉନ୍ ଆରମ୍ଭ ହୋଇ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ । ରାଜ୍ୟର ବରିଷ୍ଠ ଅଧିକାରୀଙ୍କ ସହ ବୈଠକ କରିବା ପରେ ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ଗ୍ରହଣ କରିଥିବା ଜଣାପଡ଼ିଛି ।

ସୂଚନାଯୋଗ୍ୟ ଯେ, ଷ୍ଟାଲିନ୍ ମୁଖ୍ୟମନ୍ତ୍ରୀ ଭାବେ ନିର୍ବାଚିତ ହେବା ପରେ ରାଜ୍ୟବାସୀଙ୍କ ପାଇଁ ଅନେକ କୋଭିଡ୍ ସହାୟତା ଘୋଷଣା କରିଥିଲେ । ଘୋଷଣା ଅନୁଯାୟୀ, ରାଜ୍ୟବାସୀ ୪ ହଜାର ଟଙ୍କା ଲେଖାଏଁ କୋଭିଡ୍ ରିଲିଫ୍ ସହାୟତା ରାଶି ପାଇବେ । ସରକାରୀ ବୀମା ଯୋଜନାରେ ରୋଗୀମାନେ ବେସରକାରୀ ହସ୍ପିଟାଲରେ ଚିକିତ୍ସିତ ହୋଇପାରିବେ । ଏହାଛଡ଼ା ଜରୁରୀକାଳୀନ ପରିସ୍ଥିତିରେ ମେଡିକାଲ ଅକ୍ସିଜେନ ଯୋଗାଇବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଷ୍ଟାଲିନ୍ ଚିଠି ଲେଖିଥିଲେ ।

Get real time updates directly on you device, subscribe now.