fbpx

ଶବକୁ କାନ୍ଧଦେଇ ଚର୍ଚ୍ଚାରେ ଏସଡିପିଓ

ମାଲକାନଗିରି, ୧୧/୦୫: କରୋନା କାଳରେ ଦେଖିବାକୁ ମିଳୁଛି ଅନେକ କରୁଣ କାହାଣୀ କେଉଁଠି ଶ୍ମଶାନରେ ଧାଡି ହୋଇ ଶବ ପୋଡା ଯାଉଥିବାର ଦୃଶ୍ୟ, କେଉଁଠି କରୋନାରେ ମୃତ୍ୟୁ ହୋଇଥିବା ଲୋକଙ୍କ ଶବକୁ ପରିବାର ଲୋକ ଦେଖିପାରୁନାହଁନ୍ତି ତ କେଉଁଠି ମୃତ୍ୟୁ ହେବାପରେ ଶବକୁ କାନ୍ଧ ଦେବାକୁ ଆସୁନାହାଁନ୍ତି ବନ୍ଧୁ ପରିଜନ, ଆତ୍ମୀୟ ସ୍ୱଜନ । ତେବେ ଏହାରି ଭିତରେ ମାଲକାନଗିରିରୁ ଆସିଛି ମାନବିକତାର ବାସ୍ତବ ଚିତ୍ର ଯେଉଁଠାରେ ଜଣେ ପୋଲିସ ଅଧିକାରୀ ଦୀର୍ଘ ସମୟ ଧରି ପଡିରହିଥିବା ଶବକୁ କାନେ୍ଧଇ ଆଣିଥିଲେ । ଯାହା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।
ଘଟଣା ଅନୁଯାୟୀ ବାଲେଶ୍ୱର ସୋର ବ୍ଲକ ଅନ୍ତର୍ଗତ କୁମ୍ଭିଗାଁର ସୁଧୀର ରଞ୍ଜନ ବିଶ୍ୱାଳ ଓ ତାଙ୍କ ଭାଇ ଧିରଞ୍ଜନ ବିଶ୍ୱାଳ ହାଇଦ୍ରାବାଦର ଏକ ଘରୋଇ କଂପାନୀରେ କାମ କରୁଥିଲେ । ତାଲାବନ୍ଦ ଯୋଗୁଁ ଘରକୁ ଫେରୁଥିବାବେଳେ ଆନ୍ଧ୍ର ଓଡ଼ିଶା ସୀମାରେ ମୋଟୁଠାରେ ଛାତିରେ ଯନ୍ତ୍ରଣା କାରଣରୁ ସୁଧୀର ରଞ୍ଜନଙ୍କ ମୃତ୍ୟୁ ହୋଇଥିଲା । ପରେ ଆନ୍ଧ୍ରପ୍ରଦେଶର କାଲେର ଗ୍ରାମ ନିକଟରେ ଦୀର୍ଘ ସମୟ ଧରି ତାଙ୍କର ମୃତଦେହ ପଡ଼ି ରହିଥିଲେ ହେଁ ଆନ୍ଧ୍ର ପୋଲିସ ସେଠାକୁ ଆସିନଥିଲେ । ମୃତକଙ୍କ ଭାଇ ମୋଟୁ ଥାନା ସହ ଯୋଗ।।ଯୋଗ କରିବା ପରେ ମାଲକାନଗିରି ଏସଡିପିଓ ଅଂଶୁମାନ ଦ୍ୱିବେଦୀ ଓ ମୋଟୁ ଥାନା ପୋଲିସ କାଲେର ଗ୍ରାମକୁ ଯାଇ ମୃତ ବ୍ୟକ୍ତିଙ୍କୁ ଶବ ଉଠାଇଥିଲେ । ଏମିତିକି ଶବ ଉଠାଇବାକୁ କେହି ନଥିବାରୁ ଏସଡିପିଓ ନିଜେ ଶବକୁ ଉଠାଇ ଓଡ଼ିଶା ସୀମାକୁ ଆଣିଥିଲେ ।
କରୋନା ମହାମାରୀ ସମୟରେ ନିଜ ଜୀବନକୁ ବାଜି ଲଗାଇ ନିଜ ଓଡ଼ିଆ ଭାଇ ପାଇଁ ମାନବିକତା ଦେଖାଇ ଚର୍ଚ୍ଚାରେ ଅଂଶୁମାନ । ସୁଧୀର ରଞ୍ଜନ କରୋନା ଆକ୍ରାନ୍ତ ଥିଲେ କି ନାହିଁ ତାହା ଜାଣିବା ପାଇଁ ତାଙ୍କର ଆଣ୍ଟିଜେନ ପରୀକ୍ଷା କରାଯାଇଥିଲା । ତେବେ ରିପୋଟ ସଂକ୍ରମିତ ନଥିବା ସତ୍ତେ୍ୱ କରୋନା ମାର୍ଗଦର୍ଶିକା ଅନୁଯାୟୀ ମୋଟୁରେ ହିଁ ପ୍ରଶାସନ ପକ୍ଷରୁ ତାଙ୍କ ଶବ ସକ୍ରାର କରାଯାଇଥିବା ଜଣାଯାଇଛି ।
ଅନ୍ୟପକ୍ଷରେ ମହାମାରୀରେ ମହାମାରୀ ବେଳେ ସହାୟତାରେ ହାତ ବଢାଇଥିବା ପୋଲିସ ଅଧିକାରୀଙ୍କ ଏଭଳି ମାନବିକତାକୁ ନେଇ ଚାରିଆଡୁ ପ୍ରଶଂସାର ସୁଅ ଛୁଟିଛି ।

Get real time updates directly on you device, subscribe now.