fbpx

ଓଡିଶା ଉପରେ ନାହିଁ ବାତ୍ୟା ଭୟ

ନୂଆଦିଲ୍ଲୀ, ୧୩/୦୫ : ୨୦୨୧ର ପ୍ରଥମ ବାତ୍ୟା “ତଉକ୍ତେ” ଆରବ ମହାସାଗରେ ସୃଷ୍ଟି ହେବାକୁ ଯାଉଛି । ମେ ୧୬ ତାରିଖରେ ଏହା ବାତ୍ୟା ରୁପ ନେବ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛନ୍ତି । ତେବେ ଏହାର ପ୍ରଭାବ ଓଡିଶା ଉପରେ ପଡିବ ନାହିଁ । ବିଶେଷ କରି ଏହାର ପ୍ରଭାବ ପଶ୍ଚିମ ଏବଂ ଦକ୍ଷିଣ-ପଶ୍ଚିମ ଉପକୂଳ ଉପରେ ପଡିବ । ବର୍ତ୍ତମାନ ରିପୋର୍ଟ ଅନୁଯାୟୀ, ଏହାର ସରକୁଲେସନ୍ ଦକ୍ଷିଣ-ପୁର୍ବ ଆରବ ମହାସାଗରରେ ରହିଛି । ଏହାର ପ୍ରଭାବରେ ମେ ୧୪-୧୫ ଆଡକୁ ଲଘୁଚାପ ବର୍ଷା ଆରମ୍ଭ ହୋଇଯିବ । ଓଡିଶା ଉପରେ ବାତ୍ୟାର ଭୟ ନଥିବା ବେଳେ କେରଳ, କର୍ଣ୍ଣାଟକ, ମହାରାଷ୍ଟ୍ର, ତାମିଲନାଡୁ, ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶରେ ବାତ୍ୟା ଯୋଗୁଁ ପ୍ରବଳରୁ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି ।

ଖାଲି ସେତିକି ନୁହେଁ ଏହାର ପ୍ରଭାବରେ ଆସନ୍ତାକାଲି ଠାରୁ ଲାକ୍ଷାଦ୍ୱୀପରେ ପ୍ରବଳରୁ ପ୍ରବଳ ବର୍ଷା ହେବ । ଏଥିସହିତ କେରଳ, କର୍ଣ୍ଣାଟକ, ମହାରାଷ୍ଟ୍ର, ତାମିଲନାଡୁ ଆଦି ରାଜ୍ୟ ମାନଙ୍କରେ ଶନିବାର ଏବଂ ରବିବାର ଆଡକୁ ପ୍ରବଳ ବର୍ଷା ହେବ ବୋଲି ସୁଚନା ମିଳିଛି । ଏହି ପରିପ୍ରେକ୍ଷୀରେ ଏହି ରାଜ୍ୟ ମାନଙ୍କ ପାଇଁ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ୱାର୍ଣ୍ଣି ଜାରି କରାଯାଇଛି । ଏଥିସହିତ ମହାରାଷ୍ଟ୍ର ଏବଂ ଗୋଆରେ ଶନିବାର ଓ ସୋମବାର ପ୍ରବଳ ବର୍ଷା ହେବା ସହ ଘଡଘଡି ମାରିବାର ସମ୍ଭାବନା ରହିଛି । ତେବେ ବାତ୍ୟା ତଉକ୍ତେ ଆରବ ସାଗରରେ ଲ୍ୟାଣ୍ଡଫଲ୍ କରିବାକୁ ଥିବା ବେଳେ ଏହାର ପବନର ବେଗ ଘଣ୍ଟାପ୍ରତି ୧୭୫ କିଲୋ ମିଟର ରହିବ ବୋଲି ଆକଳନ ହୋଇଛି । ଉପରୋକ୍ତ ରାଜ୍ୟ ମାନଙ୍କରେ ବାତ୍ୟାର ବିଶେଷ ପ୍ରଭାବ ପଡିବ ବୋଲି ସୁଚନା ମିଳିଛି । ବାତ୍ୟା ସମୟରେ ମତ୍ସଜୀବୀ ମାନଙ୍କୁ ପାଣିକୁ ଯିବାକୁ ବାରଣ କରାଯାଇଛି । ଏଥିସହିତ ସମୁଦ୍ର କୁଳିଆ ବ୍ୟବସାୟୀ ମାନଙ୍କୁ ମଧ୍ୟ ଆଲର୍ଟ କରାଯାଇଛି ।

Get real time updates directly on you device, subscribe now.