fbpx

୧୦୦ ମହିଳାଙ୍କ ସ୍ୱାମୀ ହେବାକୁ ଲକ୍ଷ୍ୟ ରଖିଛନ୍ତି ୬୬ ବର୍ଷିୟ ସୈନିକ: ଏବେ ସୁଦ୍ଧା କଲେଣି ୧୬ଟି ବିବାହ

ଜିମ୍ବାୱେ, ୧୪ା୫ : ପୋଥି ପୁରାଣରେ ଆମେ ଶୁଣିଛେ ଯେ, ଗୋଟିଏ ପୁରୁଷ ଏକାଧିକ ବିବାହ କରିଥାନ୍ତି । ଆଉ ତାହାପୁଣି ପରିବାରର ସହମତରେ । ହେଲେ ଆଜିକା ସମୟରେ ଏହା ସମ୍ଭବ ନୁହେଁ । କିନ୍ତୁ ଏବେ ବି କିଛି ଲୋକ ଅଛନ୍ତି ଯେଉଁ ମାନେ ଏହି ବିଜ୍ଞାନ ଯୁଗରେ ମଧ୍ୟ ଏକାଧିକ ବିବାହ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ଆଉ କରୁଛନ୍ତି ମଧ୍ୟ । ଏହି ଭଳି କିଛି ଦେଖିବାକୁ ମିଳିଛି ଜିମ୍ବାୱେରେ । ସେଠାକାର ଜଣେ ଅବସରପ୍ରାପ୍ତ ସୈନିକ ୧୬ଜଣ ମହିଳାଙ୍କୁ ବିବାହ କରିସାରିଲେଣି । କିନ୍ତୁ ସେ ଏବେ ପୁଣିଥରେ ୧୭ ତମ ବିବାହ କରିବାକୁ ସ୍ଥିର କରିଛନ୍ତି । ଏବେ ସୁଦ୍ଧା ତାଙ୍କର ୧୫୧ ଟି ସନ୍ତାନ ରହିଛି । ତାଙ୍କ ନାଁ ହେଉଛି ମିଶେକ୍ ନ୍ୟାଣ୍ଡୋରୋ ।

ଜାତୀୟ ଗଣମାଧ୍ୟମର ତଥ୍ୟ ଅନୁସାରେ, ମିଶେକ୍ ପରିବାର ପ୍ରତିପୋଷଣ ପାଇଁ କୌଣସି କାମ କରନ୍ତି ନାହିଁ । ହେଲେବି ସେ ୧୬ଟି ବିବାହ କରିସାରିଛନ୍ତି । ତାଙ୍କର ଗୋଟିଏ ମିଶନ ଯେ, ମୃତ୍ୟୁ ପୂର୍ବରୁ ୧୦୦ ଜଣଙ୍କ ସ୍ୱାମୀ ଏବଂ ୧ ହଜାର ସନ୍ତାନର ପିତା ହେବେ । ତାଙ୍କର ମୁଖ୍ୟ ଉଦ୍ଦେଶ୍ୟ ହେଲା ଅଧିକ ପତ୍ନୀ ରଖିବା ଦ୍ୱାରା ସେମାନେ ତାଙ୍କୁ ଭଲ ଭଲ ଖାଇବା କରି ଦେବେ, ତାଙ୍କର ସେବା କରିବେ ଏବଂ ସବୁ ପ୍ରକାର ଇଚ୍ଛାକୁ ପୁରଣ କରିବେ । ତେବେ ପତ୍ନୀ ମାନେ ତାଙ୍କୁ ପ୍ରତିଦିନ ସ୍ୱାଦିଷ୍ଟ ଖାଇବା କରି ଦିଅନ୍ତି ଏବଂ ଖାଇବା ନ ରୁଚିଲେ ତାକୁ ଫୋପାଡି ଦିଅନ୍ତି ।

ସେ ଜିମ୍ବାୱେ ନ୍ୟୁଜ୍ ଆଉଟଲେଟ୍ ‘ଦ ହେରାଲ୍ଡ’କୁ କହିଛନ୍ତି ଯେ, ସେ ୩୮ ବର୍ଷ ରେ ବହୁବିବାହ ବିଷୟରେ ନିଷ୍ପତ୍ତି ନେଇଥିଲେ ଏବଂ ଏହାକୁ ଜୀବନର ମିଶନ ଭାବେ ଗ୍ରହଣ କରିଥିଲେ ଏବଂ ୧୯୮୩ରେ ସେ ଆରମ୍ଭ କରିଥିବା ବହୁବିବାହକୁ ମୃତ୍ୟୁ ପର୍ୟ୍ୟନ୍ତ ଜାରି ରଖିବେ । ବର୍ତ୍ତମାନ ତାଙ୍କର ୧୬ ଜଣ ପତ୍ନୀ ଥିବା ବେଳେ ସେମାନେ ବିଭିନ୍ନ ବୟସର । ଆଉ ଆଗକୁ କମ୍ ବୟସର ମହିଳାଙ୍କୁ ମଧ୍ୟ ବିବାହ କରିବେ ବୋଲି ଲକ୍ଷ୍ୟ ରଖିଛନ୍ତି । ସବୁଠାରୁ ବଡ କଥା ହେଉଛି ଏତେ ପତ୍ନୀ ଏବଂ ସନ୍ତାନ ଥିଲେ ସୁଦ୍ଧା ସେମାନେ ଖୁବ୍ ଖୁସିରେ ଜୀବନ ବିତାଉଛନ୍ତି । ଖାଲି ସେତିକି ନୁହେଁ ୧୬ଟି ପତ୍ନୀଙ୍କ ମଧ୍ୟରୁ ଦୁଇଜଣ ଏବେ ଗର୍ଭବତୀ ଥିବା ସେ କହିଛନ୍ତି ।

Get real time updates directly on you device, subscribe now.