fbpx

କରୋନା କାଳରେ ପରିବାରକୁ ସୁସ୍ଥ ରଖିବାକୁ ଚାହୁଁଛନ୍ତି କି? ତେବେ ଆପଣାନ୍ତୁ ଏହି ଟିପ୍ସ

ନୂଆଦିଲ୍ଲୀ,୧୬ ।୫: କରୋନାର ଦ୍ୱିତୀୟ ଲହର ଲୋକମାନଙ୍କ ଉପରେ ବେଶ ପ୍ରଭାବ ପକାଉଛି । ମହାମାରୀର ମୁକାବିଲା କରାଇବା ପାଇଁ ସାରା ଦେଶରେ ଟିକାକରଣ ଜୋରଦାର ଚାଲିଛି । ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢାଇବା ଟିକାକରଣର ମୂଳ ଲକ୍ଷ୍ୟ । ଏହା ସହ କରୋନାର ଦୃଢ ମୁକାବିଲା କରିବାକୁ ଚାହୁଁଥିଲେ ଘରେ ବି ମାସ୍କ ଲଗାନ୍ତୁ ବୋଲି ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି । ତେବେ ଆପଣ ଯଦି କରୋନା କାଳରେ ନିଜ ପରିବାରକୁ ସୁସ୍ଥ ରଖିବାକୁ ଚାହୁଁଛନ୍ତି, ତେବେ ଏହି ଟିପ୍ସ ଆପଣାନ୍ତୁ…

୧-ସୁସ୍ଥ ରହବା ପାଇଁ ହାଇଡ୍ରେଡ ରହିବା ଆବଶ୍ୟକ । ବିଶେଷକରି ଗ୍ରୀଷ୍ମ ଦିନରେ ଶରୀରରେ ଜଳର ଅଭାବ ଦେଖାଯାଏ । ଫଳରେ ଡିହାଇଡ୍ରେସନ୍ ହେବାର ଆଶଙ୍କା ଉପୁଜେ । ଏଥିରୁ ଅନେକ ପ୍ରକାରର ରୋଗ ଜନ୍ମ ହୁଏ । ଏହି ରୋଗକୁ ରୋକିବା ପାଇଁ ଅଧିକ ପାଣି ପିଅନ୍ତୁ । ଡାକ୍ତରମାନେ ମଧ୍ୟ ପ୍ରତିଦିନ ୩-୪ ଲିଟର ପାଣି ପିଇବାକୁ ପରାମର୍ଶ ଦେଇଛନ୍ତି ।

୨- କରୋନା ଜୀବାଣୁର ନୂଆ ଷ୍ଟ୍ରେନ୍ ରୋକିବା ପାଇଁ ସର୍ବଦା ମାସ୍କ ପିନ୍ଧନ୍ତୁ । ଯଦି ଆବଶ୍ୟକ ହୁଏ, ଘରେ ମଧ୍ୟ ମାସ୍କ ପିନ୍ଧନ୍ତୁ । ସାମାଜିକ ଦୂରତା ଅନୁସରଣ କରନ୍ତୁ । ନିୟମିତ ବ୍ୟବଧାନରେ ହାତ ଧୋଇ ଦିଅନ୍ତୁ । ଏହା ସହ ସମୟ ହିସାବରେ କରୋନା ଟିକା ଲଗାଓ ।

୩-କରୋନା କାଳରେ ରୋଗ ପ୍ରତିରୋଧକ ଶକ୍ତି ବଢାଇବାକୁ ଡାକ୍ତରମାନେ ପରାମର୍ଶ ଦେଇଛନ୍ତି । ଏଥିପାଇଁ ଭିଟାମିନ୍ ଯୁକ୍ତ ଖାଦ୍ୟ ଗ୍ରହଣ କରିବା ଆବଶ୍ୟକ । ଆପଣଙ୍କ ଖାଦ୍ୟରେ ଭିଟାମିନ୍‌-ସି, ଫାଇବର ଏବଂ ପ୍ରୋଟିନ୍ ସହିତ ଫଳ ଏବଂ ପନିପରିବା କୁ ସାମିଲ କରନ୍ତୁ ।

୪-କରୋନା ପଜିଟିଭ ରୋଗୀଙ୍କ ପାଇଁ ଡାଏଟ୍ ସହିତ ବ୍ୟାୟାମ ମଧ୍ୟ ଆବଶ୍ୟକ । ପରିବାରର ସମସ୍ତ ସଦସ୍ୟଙ୍କୁ ବ୍ୟାୟାମ କରିବାକୁ ପରାମର୍ଶ ଦିଅନ୍ତୁ । ଶରୀରରେ ସୁଚାରରୂପେ ରକ୍ତ ସଞ୍ଚାଳନ କରିବା ପାଇଁ ପ୍ରତିଦିନ ବ୍ୟାୟାମ କରନ୍ତୁ । ପରିବାର ସଦସ୍ୟଙ୍କ ସହିତ ବ୍ୟାୟାମ କରନ୍ତୁ । ଏହା ପରସ୍ପରର ମନୋବଳ ବୃଦ୍ଧି କରିବ । ଏହା ସହ ପ୍ରତିଦିନ ଧ୍ୟାନ ଓ ଯୋଗ କରନ୍ତୁ ।

Get real time updates directly on you device, subscribe now.