fbpx

ସୋସିଆଲ ମିଡିଆ ବନ୍ଧୁଙ୍କୁ ଗୁଳି କରି ହତ୍ୟା

ହାଥରସ: ମଥୁରାର ଜଣେ ଯୁବତୀଙ୍କୁ ଜଣେ ଯୁବକ ରହସ୍ୟମୟ ଅବସ୍ଥାରେ ଗୁଳି କରି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଗୁରୁବାର ସନ୍ଧ୍ୟାରେ ଘଟିଥିଲା ଏହି ଘଟଣା, ତୁରନ୍ତ ଆହତ ପ୍ରିୟଙ୍କାଙ୍କୁ ଜିଲ୍ଲା ଡାକ୍ତରଖାନାକୁ ନିଆଯାଇଥିଲା ଯେଉଁଠାରୁ ଡାକ୍ତର ତାଙ୍କୁ ଆଲିଗଡ ହସ୍ୱିଟାଲକୁ ପଠାଇଥିଲେ। ତେବେ ମହିଳାଙ୍କର ଚିକିତ୍ସା ଅବସ୍ଥାରେ ଡାକ୍ତରଖାନାରେ ମୃତ୍ୟୁ ଘଟିଛି। ପୋଲିସର ସୂଚନା ଅନୁସାରେ, ଗୁରୁବାର ବିଳମ୍ବିତ ରାତିରେ ହାଥରସର କାଲୋରା ଗ୍ରାମରେ ଏହି ଘଟଣା ଘଟିଛି ।
ଅଭିଯୁକ୍ତ ୨୧ ବର୍ଷୀୟ ରିଙ୍କୁକୁ ଗିରଫ କରାଯାଇଛି। ଏହି ଘଟଣାରେ ବ୍ୟବହୃତ ଏକ ବେଆଇନ ପିସ୍ତଲକୁ ପୋଲିସ ଉଦ୍ଧାର କରିଛି। ପଚରାଉଚରା ବେଳେ ରିଙ୍କୁ କହିଥିଲେ ଯେ ସେ ଗତ ଏକ ବର୍ଷ ଧରି ସୋସିଆଲ ମିଡିଆ ମାଧ୍ୟମରେ ସେ ପ୍ରିୟଙ୍କାକୁ ଜାଣିଥିଲେ। ସେମାନେ ଫୋନରେ ମଧ୍ୟ କଥାବାର୍ତ୍ତା କରୁଥିଲେ କିନ୍ତୁ ନିକଟରେ ସୋମାନଙ୍କ ମଧ୍ୟରେ ଝଗଡା ହୋଇଥିଲା ଯାହାକୁ ନେଇ ସେ ତାଙ୍କ ଉପରକୁ ଗୁଳି ମାଡ଼ କରିଥିଲେ ।
ହାଥରସ ପୋଲିସ ଅଧୀକ୍ଷକ ଭିନୀତ ଜୟସୱାଲ କହିଛନ୍ତି ଯେ ଅଭିଯୁକ୍ତକୁ ଗିରଫ କରାଯାଇଛି ଏବଂ ଅଧିକ ତଦନ୍ତ ଚାଲିଛି ଏବଂ ଗାଁରେ ପୋଲିସ ଫୋର୍ସ ମୁତୟନ କରାଯାଇଛି।

Get real time updates directly on you device, subscribe now.