କରୋନା ମୃତ୍ୟୁସଂଖ୍ୟା ୩୪ ଲକ୍ଷ ୭୭ ହଜାର ଟପିଲା

ନୂଆଦିଲ୍ଲୀ : ସମଗ୍ର ବିଶ୍ୱରେ କରୋନାର ପ୍ରଭାବ କ୍ରମଶଃ ବଢ଼ିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୩୪ ଲକ୍ଷ ୭୭ ହଜାର ୯୧୮ ରେ ପହଞ୍ଚିଛି । ତେବେ ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୬ କୋଟି ୭୫ ଲକ୍ଷ ୧୦ ହଜାର ୧୯କୁ ବୃଦ୍ଧି ପାଇଛି । ମୋଟ ୧୪ କୋଟି ୮୫ ଲକ୍ଷ ୨୭ ହଜାର ୬୪୮ ଜଣ ସୁସ୍ଥ ହୋଇଛନ୍ତି । ୧ କୋଟି ୫୫ ଲକ୍ଷ ୪ ହଜାର ୪୫୩ ଜଣ ଏବେ ବି ଚିକିତ୍ସାଧୀନ ଅବସ୍ଥାରେ ଥିବା ବେଳେ ସେମାନଙ୍କ ମଧ୍ୟରୁ ୯୬ ହଜାର ୯୭୭ ଜଣଙ୍କ ଅବସ୍ଥା ଗୁରୁତର ରହିଛି ।

ତେବେ ବିଶ୍ୱର ୨୨୦ ଦେଶରେ କାୟା ବିସ୍ତାର କରିବାରେ ଲାଗିଛି କରୋନା । ବିଶ୍ୱରେ କରୋନା ପ୍ରକୋପ ଯୋଗୁଁ ସାଧାରଣ ଜୀବନ ଯାତ୍ରା ପୁଣି ଥରେ ଅସ୍ତବ୍ୟସ୍ତ ହୋଇପଡିଛି । ଟିକାକରଣ ସତ୍ତ୍ବେ ଲୋକେ କରୋନା କଟକଣା ମାନୁ ନଥିବାରୁ ସଂକ୍ରମଣ ସହ ମୃତ୍ୟୁସଂଖ୍ୟା ବଢ଼ିଛି। କରୋନା ପ୍ରଭାବିତ ଦେଶ ମଧ୍ୟରୁ ଆମେରିକାରେ ମୃତ୍ୟୁ ସଂଖ୍ୟା ସର୍ବାଧିକ ରହିଛି । ଆମେରିକାରେ କୋରୋନା ମୃତ୍ୟୁ ସଂଖ୍ୟା ୬ ଲକ୍ଷ ୪ ହଜାର ୮୭କୁ ବୃଦ୍ଧି ପାଇଛି । ବିଶ୍ୱରେ କୋଭିଡ ସଂକ୍ରମଣରେ ଭାରତ ୨ୟ ସ୍ଥାନରେ ରହିଥିବା ବେଳେ ବ୍ରାଜିଲ ତୃତୀୟ ସ୍ଥାନରେ ରହିଛି ।