fbpx

ଆଜି ସକାଳେ ନୁହେଁ, ମଧ୍ୟାହ୍ନ ବେଳକୁ ଲ୍ୟାଣ୍ଡଫଲ୍ କରିବ ‘ୟଶ୍’, ଧାମରାଠାରୁ ୪୦ କିମି ଦୂରରେ ରହିଛି ବାତ୍ୟା

ଭୁବନେଶ୍ୱର, (ଓଡିଶା ଭାସ୍କର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ‘ୟଶ୍’ ଯେତିକି ନିକଟବର୍ତ୍ତୀ ହେଉଛି, ଲୋକଙ୍କ ମନରେ ସେତିକି ଆଶଙ୍କା ଜାତ ହେଉଛି । ଆଜି ଦିନ ୧୦ଟାରୁ ୧୧ଟା ଭିତରେ ‘ୟଶ୍’ ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହେବ । ମଧ୍ୟାହ୍ନ ବେଳକୁ ବାତ୍ୟା ଲ୍ୟାଣ୍ଡଫଲ୍ କରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ବାତ୍ୟା ଧାମରାଠାରୁ ୪୦ କିିମି ଦୂରରେ ରହିଥିବା ବେଳେ ବାଲେଶ୍ୱର ଓ ପଶ୍ଚିମବଙ୍ଗର ଦୀଘାଠାରୁ ୯୦ କିମି ଦୂରରେ ବାତ୍ୟା ରହିଛି । ‘ୟଶ’ ଗତ ୬ ଘଣ୍ଟା ଧରି ଘଣ୍ଟା ପ୍ରତି ୧୫ କିମି ବେଗରେ ଗତି କରୁଛି । ବାତ୍ୟାର ଆଖିର ବ୍ୟାସାର୍ଦ୍ଧ ୩୫ କିଲୋମିଟର ହୋଇଥିବା କୁହାଯାଇଛି । ସମୁଦ୍ରରେ ବର୍ତ୍ତମାନ ୧୩୦ରୁ ୧୪୦ କିମି ବେଗରେ ପବନ ବହୁଥିବା ବେଳେ ଲ୍ୟାଣ୍ଡଫଲ ସମୟରେ ଏହା ୧୩୦ରୁ ୧୫୫ କିମି ବୃଦ୍ଧି ପାଇବାର ସମ୍ଭାବନା ରହିଛି ବୋଲି ଜଣାପଡ଼ିଛି ।

Get real time updates directly on you device, subscribe now.