fbpx

ମୟୁରଭଞ୍ଜ ଦେଇ ଗତି କରୁଛି ୟଶ୍

ଭୁବନେଶ୍ୱର: ଲ୍ୟାଣ୍ଡଫଲ୍ ପରେ ଏବେ ଧୀରେ ଧୀରେ ଦୁର୍ବଳ ହେଉଛି ୟଶ୍ । ବର୍ତ୍ତମାନ ଏହା ମୟୁରଭଞ୍ଜ ଦେଇ ଅତିକ୍ରମ କରୁଛି । ସେଠାରେ ବର୍ତ୍ତମାନ ପ୍ରବଳ ବର୍ଷା ଜାରି ରହିଛି । ପୂର୍ବରୁ ଏହା ଧାମରା, ଚାନ୍ଦିପୁର, ରାଜନଗର ଆଦି ଉପକୂବର୍ତ୍ତୀ ଅଞ୍ଚଳରେ ତାଣ୍ଡବ କରିବାପରେ ଏହା ମୟୁରଭଞ୍ଜ ଦେଇ ଗତି କରୁଛନ୍ତି । ଆସନ୍ତା କାଲି ଏହା ଝାଡଖଣ୍ଡ ମୁହାଁ ହେବ । ତେବେ ମୟୁରଭଞ୍ଜରେ ଏବେ ୯୦ ରୁ ୧୦୦ କିମି ବେଗରେ ପବନ ହେଉଛି । ଆଗାମୀ ୧୨ ଘଣ୍ଟା ଏହି ଜିଲ୍ଲା ପାଇଁ ଗୁରୁତ୍ୱପୂର୍ଣ୍ଣ । କାରଣ ବାଲେଶ୍ୱର, କେନ୍ଦ୍ରାପଡା, ଭଦ୍ରକ ଏବଂ ଜଗତସିଂହପୁର ଆଦି ଜିଲ୍ଲାରେ ଏହା ଅନେକ କ୍ଷୟକ୍ଷତି ଘଟାଇଛି । କେଉଁଠି ଗଛ ଭାଙ୍ଗିବା ପଡିବା ସହିତ କାହାର ଘର ଭାଙ୍ଗି ପଡିଛି । ସେଠାରେ ଲ୍ୟାଣ୍ଡଫଲ୍ କରିବା ପରେ ୧୩୦ରୁ ୧୪୦ କିମି ବେଗରେ ପବନ ହେଉଥିଲା । ବର୍ତ୍ତମାନ ଏହା ମୟୁରଭଞ୍ଜରେ ରହିଥିବାରୁ ସେଠାକାର ପରିସ୍ଥିତି ଜଟିଳ ରହିଛି । ପବନ କ୍ରମେ କ୍ରମେ ଜିଲ୍ଳାରେ ବଢ଼ିବାକୁ ଲାଗିଛି । ସେଠାରେ ୧ ଲକ୍ଷରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି ।

Get real time updates directly on you device, subscribe now.