fbpx

ଗୁଇନ୍ଦା ବିଭାଗ ଏବଂ RAW ମୁଖ୍ୟଙ୍କ କାର୍ଯ୍ୟକାଳ ୧ ବର୍ଷ ବୃଦ୍ଧି

ନୂଆଦିଲ୍ଲୀ: କ୍ୟାବିନେଟର ନିଯୁକ୍ତି କମିଟି ଦେଶର ମୁଖ୍ୟ ଗୁଇନ୍ଦା ଏଜେନ୍ସି ଇଣ୍ଟେଲିଜେନ୍ସ ବ୍ୟୁରୋ (IB)ର ମୁଖ୍ୟ ରିସର୍ଚ୍ଚ ଆଣ୍ଡ ଆନାଲିସିସ୍ ୱିଙ୍ଗ (R&AW) ର ମୁଖ୍ୟଙ୍କ କାର୍ଯ୍ୟକାଳ ଏକ ବର୍ଷ ବୃଦ୍ଧି କରିବାକୁ ଅନୁମୋଦନ କରିଛି।

ଆଇବି ନିର୍ଦ୍ଦେଶକ ଅରବିନ୍ଦ କୁମାରଙ୍କ କାର୍ଯ୍ୟକାଳ ଆସନ୍ତା ବର୍ଷ ଜୁନ୍ ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ସେହିଭଳି R&AW ସଚିବ ସାମନ୍ତ କୁମାର ଗୋଏଲ ମଧ୍ୟ ଆସନ୍ତା ବର୍ଷ ଜୁନ୍ ୩୦ ପର୍ଯ୍ୟନ୍ତ କାର୍ଯ୍ୟ ଜାରି ରଖିବେ। ଏହି ବର୍ଷ ୩୦ ଜୁନ୍ ପର୍ଯ୍ୟନ୍ତ ଉଭୟ ଅଧିକାରୀଙ୍କ କାର୍ଯ୍ୟକାଳ ଅବଧି ଥିଲା।

Get real time updates directly on you device, subscribe now.