fbpx

ଛାତ ଉପରେ ଟପ୍‌ଲେସ୍‌ରେ ଫଟୋ ଶୁଟ୍‌ କଲେ ରାଇମା, ଏବେ ସୋସିଆଲ୍ ମିଡିଆରେ ଭାଇରାଲ ହେଉଛି ଫଟୋ

ମୁ୍ମ୍ବାଇ (ଓଡ଼ିଶା ଭାସ୍କର): ଘରର ଛାତ ଉପରେ ଟପ୍‌ଲେସ୍‌ ଫଟୋଶୁଟ୍‌ । କିଛି ଏଭଳି କରି ଚର୍ଚ୍ଚାରେ ରିୟା ସେନ୍‌ଙ୍କ ବଡ଼ ଭଉଣୀ ତଥା ଅଭିନେତ୍ରୀ ରାଇମା ସେନ୍‌ । ସେ ନିଜର ଫଟୋ ଗୁଡ଼ିକୁ ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର କରିବା ପରେ ତାହା ବେଶ୍‌ ଭାଇରାଲ୍‌ ହେଉଛି । ଲକ୍‌ଡାଉନ୍‌ ସମୟରେ ସେ କେଉଁଠାରେ ଏଭଳି ଫଟୋ ଉଠାଇଲେ ବୋଲି ତାଙ୍କୁ ଅନେକ ପ୍ରଶ୍ନ କରୁଛନ୍ତି ।

ଜବାବରେ ଅଭିନେତ୍ରୀ କହିଛନ୍ତି, ଫଟୋ ଉଠାଇବା ତାଙ୍କ ପାଇଁ ବେଶ୍‌ ସହଜ ଥିଲା । କାରଣ ତାହା ସେତେଟା ବୋଲ୍ଡ ନଥିଲା । ସେ ଲାକୁଳୀ ମଧ୍ୟ ନୁହନ୍ତି । ମେ’ ୧୬ରେ ଲକ୍‌ଡାଉନ୍‌ ଆରମ୍ଭ ହୋଇଥିଲା । ୧୫ ତାରିଖରେ ଘରର ଛାତ ଉପରେ ଏହାର ଶୁଟିଂ କରାଯାଇଥିଲା ବୋଲି ସେ କହିଛନ୍ତି । ତେବେ ରାଇମା
ବଲିଉଡ୍‌ ଏବଂ ବଙ୍ଗାଳି ଫିଲ୍ମରେ କାମ କରିଛନ୍ତି ।

 

 

View this post on Instagram

 

A post shared by Raima Sen (@raimasen)

ସେଥିରୁ ବଲିଉଡ୍‌ରେ ତାଙ୍କ କ୍ୟାରିୟର୍‌ ସେତେଟା ଚାଲି ନଥିଲା । ଏବେ ସେ ହିନ୍ଦୀ ଏବଂ ବଙ୍ଗାଳି ୱେବ୍‌ ସିରିଜ୍‌ରେ ନଜର ଆସୁଛନ୍ତି । ଜି- ୫ର ସିରିଜ ‘ପରଛାଇ, ଲମ୍‌ ବାଇଟ୍ସ, ଫରବିଡନ୍‌ ଲମ୍‌’ରେ ସେ କାମ କରିଛନ୍ତି । ନିକଟରେ ସେ ଆମାଜନ୍‌ ପ୍ରାଇମ୍‌ରେ ପ୍ରସାରିତ ସିରିଜ ‘ଲାଷ୍ଟ୍‌ ଓଭର୍‌’ରେ ସେ ନଜର ଆସିଥିଲେ ।

Get real time updates directly on you device, subscribe now.