fbpx

ପଛକୁ ହଟିବା ମୁଡରେ ନାହାନ୍ତି ରାମଦେବ, ଆମିର ଖାନଙ୍କ ଭିଡିଓ ସେୟାର କରି ଡାକ୍ତରୀ ସଂଘକୁ ପୁଣି ଦେଲେ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ : ଏଲୋପାଥୀ ବିରୋଧୀରେ ଆପତି ଜନକ ମନ୍ତବ୍ୟ ଦେବା ପରେ ବାବା ରାମଦେବଙ୍କ ମୁସ୍କିଲ ଥମିବାର ନାଁ ନେଉନାହିଁ । ଇଣ୍ଡିଆନ ମେଡିକାଲ ଆସୋସିଏସନ(ଆଇଏମଏ) ପକ୍ଷରୁ ୧୦୦୦ କୋଟି ଟଙ୍କାର ମାନହାନୀ ନୋଟିସ୍ ଏବଂ ଦେଶ ଦ୍ରୋହ ମାମଲା ରୁଜୁ କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିବା ପରେ ମଧ୍ୟ ରାମଦେବ ବିବାଦୀୟ ବୟାନ ଦେବାରେ ପଛଘୁଂଚା ଦେଉ ନାହାନ୍ତି । ଏଥର ସେ ଅଭିନେତା ଆମିର ଖାନଙ୍କ ଏକ ଭିଡିଓ ପୋଷ୍ଟ କରି ଡାକ୍ତର ସଂଘକୁ ଚ୍ୟାଲେଞ୍ଜ କରିଛନ୍ତି । ସେ କହିଛନ୍ତି ଯେ, ସାହାସ ଅଛି ତ ଆମିରଙ୍କୁ ଟକ୍କର ଦିଅନ୍ତୁ । ଏହି ଭିିଡିଓରେ ଆମିର ନିଜର ଶୋ ସତ୍ୟମେବ ଜୟତେରେ ଔଷଧର ଦାମ ଉପରେ ଆଲୋଚନା କରୁଛନ୍ତି ।

ରାମଦେବ ଆମିରଙ୍କ ସତ୍ୟମେବ ଜୟତେ ଶୋର ଏକ ପୁରୁଣା ଭିଡିଓ ଟ୍ୱିଟ୍ କରିଛନ୍ତିଏ ଏବଂ ପ୍ରଶ୍ନ କରିଛନ୍ତି ଯେ, କଣ ମେଡିକାଲ ମାଫିଆଙ୍କର ଅଭିନେତା ଆମିର ଖାନଙ୍କୁ ଟକ୍କର ଦେବାର ସାହାସ ଅଛି କି ? ଆମିର ଉକ୍ତ ଶୋରେ ଡ. ସମିତ ଶର୍ମାଙ୍କ ସହ ଏକ ଜେନେରିକ ଔଷଧ ଏବଂ ବ୍ରାଣ୍ଡେଡ ଔଷଧର ଦାମ ମଧ୍ୟରେ ରହିଥିବା ପ୍ରଭେଦ ବିଷୟରେ ଆଲୋଚନା କରୁଛନ୍ତି ।

 

ଅନ୍ୟପଟେ ଇଣ୍ଡିଆନ ମେଡିକାଲ ଆସୋସିଏସନ ପରେ ଏବେ ଫେଡେରେସନ ଅଫ ଅଲ ଇଣ୍ଡିଆ ମେଡିକାଲ ଆସୋସିଏସନ(ଏଫଏଆଇଏମଏ) ମଧ୍ୟ ରାମଦେବଙ୍କୁ ନୋଟିସ୍ ପଠାଇଛି । ବାବା ରାମଦେବ ନିଜର ଶସ୍ତା ପ୍ରଚାର ପାଇଁ ଏଲୋପାଥିକୁ ନେଇ ଭିତିହୀନ ଦାବି କରୁଛି ଏବଂ ଆମେ ଏହାର ଦୃଢ ନିନ୍ଦା କରୁଛୁ ବୋଲି ଏଫଏଆଇଏମଏ କହିଛି । ରାମଦେବ ଯାହା ଦାବି କରୁଛନ୍ତି ତାର ପ୍ରମାଣ ଦିଅନ୍ତୁ, ନଚେତ୍ କ୍ଷମା ମାଗନ୍ତୁ ବୋଲି ଏଫଏଆଇଏମଏ କହିଛି । ଏମିତି ନହେଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡାକ୍ତରୀ ସଂଘ ରାମଦେବଙ୍କୁ ଚେତାବନୀ ଦେଇଛନ୍ତି ।

ଏହି ସବୁ ପରେ ମଧ୍ୟ ବାବା ରାମଦେବ ପୁଣି ଥରେ ଏଲୋପାଥି ଚିକିତ୍ସା ପଦ୍ଧତି ବିରୋଧରେ ଆପତିଜନକ ମନ୍ତବ୍ୟ ଦେଇଛନ୍ତି । ଯାହା ତାଙ୍କର ଏବଂ ଡାକ୍ତରୀ ସଂଘ ମଧ୍ୟରେ କୁହୁଳିଥିବା ନିଆଁକୁ ଘିଅ ଢାଳିବାର କାମ କରିଛି ।

Get real time updates directly on you device, subscribe now.