fbpx

ଜୁନ୍‌ ୧ରୁ ବଦଳିଯିବ ରୋଜଗାର ସହ ଜଡିତ ଏହି ନିୟମ: ସାଧାରଣ ଲୋକଙ୍କ ପକେଟରେ ପଡିବ ସିଧା ପ୍ରଭାବ

ନୂଆଦିଲ୍ଲୀ : ପ୍ରତ୍ୟେକ ମାସର ପ୍ରଥମ ଦିନରେ ସରକାର କିଛି ପରିବର୍ତ୍ତନ କରନ୍ତି, ଯାହା ସାଧାରଣ ଲୋକଙ୍କ ପକେଟ ଉପରେ ସିଧାସଳଖ ପ୍ରଭାବ ପକାଇଥାଏ । ଏହି ନିୟମରେ ସୁକନ୍ୟା ସମୃଦ୍ଧି ଭଳି ଛୋଟ ସେଭିଙ୍ଗ ଯୋଜନା, ଇନକମ ଟ୍ୟାକ୍ସଠାରୁ ନେଇ ଗ୍ୟାସ ସିଲିଣ୍ଡର ମୂଲ୍ୟ ସାମିଲ ରହିଥାଏ । ସେହିପରି ଜୁନ୍‌ ୧ରୁ ଦେଶବ୍ୟାପୀ ବ୍ୟାଙ୍କିଙ୍ଗ ଏବଂ ବିତ୍ତୀୟ କ୍ଷେତ୍ରରେ ଅନେକ ପରିବର୍ତ୍ତନ ଆସିବାକୁ ଯାଉଛି । ଏହାର ସିଧାସଳଖ ପ୍ରଭାବ ଲୋକଙ୍କ ପକେଟ ଏବଂ ଜୀବନ ଉପରେ ପଡ଼ିବ । ଆସନ୍ତୁ ଜାଣିବା କେଉଁ ନିୟମ…

:-ବ୍ୟାଙ୍କ ବ୍ୟାଙ୍କ ଅଫ୍‌ ବରୋଦାରେ ପଜିଟିଭ୍‌ ପେ’ ସିଷ୍ଟମ

ବ୍ୟାଙ୍କ ଅଫ୍‌ ବରୋଦାରେ ଜୁନ୍‌ ୧ରୁ ଚେକ୍‌ରେ ପେମେଣ୍ଟ ପ୍ରକ୍ରିୟା ବଦଳିବାକୁ ଯାଉଛି । ଜାଲିଆତିରୁ ଗ୍ରାହକଙ୍କୁ ସୁରକ୍ଷା ଦେବା ପାଇଁ ବ୍ୟାଙ୍କ ପକ୍ଷରୁ ପଜିଟିଭ୍‌ ପେ’ କନ୍‌ଫର୍ମେସନ୍‌କୁ ଅନିବାର୍ଯ୍ୟ କରାଯିବ । ଏହି ବ୍ୟବସ୍ଥା ଲାଗୁ ହେବା ଦ୍ୱାରା ଚେକ୍‌ ମାଧ୍ୟମରେ ହେଉଥିବା ଠକେଇକୁ ରୋକାଯାଇପାରିବ । ଗ୍ରାହକଙ୍କୁ ପଜିଟିଭ୍‌ ପେ’ ସିଷ୍ଟମ୍‌ ଜରିଆରେ ଚେକ୍‌ ବିବରଣୀକୁ ସେତେବେଳେ ପୁନଃ-କନ୍‌ଫର୍ମ କରିବାକୁ ପଡ଼ିବ, ଯେତେବେଳେ ସେ ୨ ଲକ୍ଷ ଟଙ୍କା କିମ୍ବା ଏହାଠାରୁ ଅଧିକ ମୂଲ୍ୟର ବ୍ୟାଙ୍କ ଚେକ୍‌ ଜାରି କରିବେ ।

:-ରୋଷେଇ ଗ୍ୟାସ ସିଲିଣ୍ଡରର ଦାମ୍
ଜୁନ୍ ୧ ରୁ LPG ଅର୍ଥାତ୍ ରୋଷେଇ ଗ୍ୟାସ ସିଲିଣ୍ଡରର ଦାମରେ ପରିବର୍ତ୍ତନ ଆସିବାର ସମ୍ଭାବନା ରହିଛି ।ସାଧାରଣତଃ ଦେଶର ରାଷ୍ଟ୍ରାୟତ୍ତ ତୈଳ କମ୍ପାନିଗୁଡ଼ିକ ପ୍ରତି ମାସର ପ୍ରଥମ ତାରିଖରେ ଏଲ୍‌ପିଜି ସିଲିଣ୍ଡର ଦର ସଂଶୋଧନ କରିଥାନ୍ତି । ବେଳେବେଳେ ମାସରେ ଦୁଇଥର ପରିବର୍ତ୍ତନ ମଧ୍ୟ ଦେଖାଯାଏ । ବର୍ତ୍ତମାନ ଦିଲ୍ଲୀରେ ୧୪.୨ କେଜି ଏଲପିଜି ସିଲିଣ୍ଡରର ମୂଲ୍ୟ ୮୦୯ ଟଙ୍କା ରହିଛି। ୧୪.୨ କେଜି ସିଲିଣ୍ଡର ବ୍ୟତୀତ, ୧୯ କେଜି ସିଲିଣ୍ଡରର ମୂଲ୍ୟ ମଧ୍ୟ ପରିବର୍ତ୍ତନ କରିବାର ସମ୍ଭାବନା ରହିଛି ।

:- ଛୋଟ ସେଭିଙ୍ଗ ସ୍କିମରେ ସୁଧ ହାରରେ ପରିବର୍ତ୍ତନ
ଏହି ମାସରେ ପିପିଏଫ୍, ଏନଏସସି, କେଭିପି ଏବଂ ସୁକନ୍ୟା ସମୃଦ୍ଧି ପରି କ୍ଷୁଦ୍ର ସଞ୍ଚୟ ଯୋଜନାର ସୁଧ ହାରରେ ପରିବର୍ତ୍ତନ ମଧ୍ୟ କରାଯିବ। କ୍ଷୁଦ୍ର ସଞ୍ଚୟ ଯୋଜନାଗୁଡିକର ନୂତନ ସୁଧ ହାର ପ୍ରତି ତିନିମାସରେ ସରକାର କାର୍ଯ୍ୟକାରୀ କରନ୍ତି । ଅନେକ ଥର ଏହା ଘଟେ ଯେ ପୁରୁଣା ସୁଧ ହାର କେବଳ ସଂଶୋଧିତ ହୁଏ । ବର୍ତ୍ତମାନ ଜୁନ୍ ୩୦ ରେ, ନୂତନ ସୁଧ ହାର ପୁଣି ଲାଗୁ ହେବ ।

:- ଜୁନ ୩୦ରୁ ବଦଳିଯିବ IFSC କୋଡ୍
କାନାରା ବ୍ୟାଙ୍କ ୱେବସାଇଟରେ ରେକର୍ଡ ହୋଇଥିବା ସୂଚନା ଅନୁଯାୟୀ, ଜୁଲାଇ ୧ ରୁ ବ୍ୟାଙ୍କର ଆଇଏଫଏସସି କୋଡରେ ପରିବର୍ତ୍ତନ ହେବ। ସିଣ୍ଡିକେଟ୍ ବ୍ୟାଙ୍କ ଗ୍ରାହକମାନଙ୍କୁ ଜୁନ୍ ୩୦ ସୁଦ୍ଧା ନୂତନ IFSC କୋଡ୍ ଅପଡେଟ୍ କରିବାକୁ ପରାମର୍ଶ ଦିଆଯାଇଛି ।

:- ୧ ଜୁନରୁ ବନ୍ଦ ରହିବ ଇନକମ ଟ୍ୟାକ୍ସ ଇ-ଫାଇଲ୍ ସାଇଟ୍
୧ରୁ ୬ ଜୁନ୍‌ ଯାଏ ଆୟକର ବିଭାଗର ଇ-ଫାଇଲିଂ ପୋର୍ଟାଲ କାର୍ଯ୍ୟ କରିବ ନାହିଁ । ଜୁନ୍‌ ୭ରେ ଆୟକର ବିଭାଗ ଟିକସଦାତାଙ୍କ ପାଇଁ ଆୟକର ଇ-ଫାଇଲିଂର ନୂଆ ପୋର୍ଟାଲ ଆରମ୍ଭ କରିବ । ଆୟକର ନିର୍ଦ୍ଦେଶାଳୟ ଅନୁସାରେ, ଆଇଟିଆର୍‌ ଭରିବାର ୱେବ୍‌ସାଇଟ୍‌ ଜୁନ୍‌ ୭ରୁ ବଦଳିଯିବ । ଜୁନ୍ ୭ ରୁ, ଏହା http://INCOMETAX.GOV.IN ହେବ ।

:- ଗୁଗୁଲ୍‌ ଫଟୋଜ୍‌ରେ ଜୁନ୍‌ ୧ରୁ ଅସୀମିତ ଫଟୋ ଅପ୍‌ଲୋଡ୍‌ କରାଯାଇପାରିବ ନାହିଁ । ଗୁଗୁଲ୍‌ ଅନୁସାରେ, ପ୍ରତ୍ୟେକ ଜି-ମେଲ ୟୁଜରଙ୍କୁ ୧୫ ଜିବି ସ୍ପେସ୍‌ ଦିଆଯିବ । ଏହି ସ୍ପେସ୍‌ରେ ଜି ମେଲ୍‌ର ଇ-ମେଲ ବି ଅନ୍ତର୍ଭୁକ୍ତ । ଏଥିରେ ଗୁଗୁଲ ଡ୍ରାଇଭ୍‌ ବି ସାମିଲ ଅଛି । ଯଦି ୧୫ ଜିବିରୁ ଅଧିକ ସ୍ପେସ୍‌ ଆବଶ୍ୟକ ହେଉଥାଏ ତା’ହେଲେ ସେଥିପାଇଁ ପେମେଣ୍ଟ କରିବାକୁ ପଡ଼ିବ । ବର୍ତ୍ତମାନ ଯାଏ ଅନ୍‌-ଲିମିଟେଡ୍‌ ଷ୍ଟୋରେଜ୍‌ ମାଗଣା ଥିଲା ।

Get real time updates directly on you device, subscribe now.