fbpx

ଖଣ୍ଡଗିରି ଯାତ୍ରା: ଅଶ୍ଳୀଳ ନୃତ୍ୟକୁ କଳିଙ୍ଗ ସେନାର ବିରୋଧ

ଖଣ୍ଡଗିରି,୭ ।୨(ଓଡିଶା ଭାସ୍କର): ମାଘ ସପ୍ତମୀ ବା ଫେବ୍ରୁଆରି ୧ରୁ ଆରମ୍ଭ ହୋଇଯାଇଛି ପ୍ରସିଦ୍ଧ ଖଣ୍ଡଗିରି ମେଳା । ଅନ୍ୟପଟେ ଖଣ୍ଡଗିରି ଯାତ୍ରାରେ ହେଉଥିବା ଅଶ୍ଳୀଳ ନୃତ୍ୟକୁ ବିରୋଧ କରିଛି କଳିଙ୍ଗ ସେନା । ଏନେଇ କଳିଙ୍ଗ ସେନା ପକ୍ଷରୁ ଖଣ୍ଡଗିରି ଥାନାରେ ଏକ ଏତଲା ଦିଆଯାଇଛି । କଳିଙ୍ଗ ଗଣନାଟ୍ୟରେ ପ୍ରଦର୍ଶିତ ହେଉଥିବା ଅଶ୍ଳୀଳ ନୃତ୍ୟକୁ ବନ୍ଦ କରିବାକୁ ଦାବି କରିଛି କଳିଙ୍ଗ ସେନା । କାର୍ଯ୍ୟାନୁଷ୍ଠାନ ନହେଲେ ରାଜରାସ୍ତାକୁ ଓହ୍ଲାଇବ ବୋଲି କଳିଙ୍ଗ ସେନା ଧମକ ଦେଇଛି ।

ତେବେ ଗତବର୍ଷ ରାଣୀପଣ୍ଡାଙ୍କ ନୃତ୍ୟକୁ ନେଇ କଳିଙ୍ଗ ସେନା ବିକ୍ଷୋଭ କରିଥିଲା । ବିବାଦୀୟ ଆଇଟମ୍ ନୃତ୍ୟ କରି ଚର୍ଚ୍ଚକୁ ଆସିଥିବା ରାନୀ ପଣ୍ଡାଙ୍କୁ ଚଳିତ ମେଳାରୁ ବାଛନ୍ଦ କରାଯାଇଛି ।

Get real time updates directly on you device, subscribe now.