fbpx

ମଦ ନିଶାରେ ଚୁର୍ ଥିଲେ ବାପା-ମା’, ୧୪ ମହଲା ତଳକୁ ଖସିଗଲା ଦେଢ଼ ବର୍ଷର ଛୁଆ

ମସ୍କୋ: ମଦ ନିଶାରେ ଦମ୍ପତି ଚୁର୍ ଥିବା ବେଳେ ଅଜାଣତରେ ଘଟିଗଲା ଏପରି ଏକ ଘଟଣା । ଯାହା ଆପଣମାନେ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ରୁଷରେ ଗୋଟିଏ ଦମ୍ପତି ମଦ ନିଶାରେ ଚୁର୍ ହୋଇ ରହିଥିଲେ । ମଦ ନିଶାରେ ସେମାନେ ନିଜ ଛୁଆର ଧ୍ୟାନ ରଖିବା କଥା ସମ୍ପୂର୍ଣ୍ଣ ଭୁଲି ଯାଇଥିଲେ ଆଉ ଛୁଆ ଶୋଇଥିବା ଘରର ଝରକାକୁ ଖୋଲି ଦେଇଥିଲେ । ଯାହାର ପରିଣାମସ୍ୱରୂପ ଉକ୍ତ ଦେଢ଼ ବର୍ଷର ଛୁଆ ୧୪ ମହଲା ତଳକୁ ଖସି ପଡି ମୃତ୍ୟୁୁ ହୋଇଯାଇଛି । ବଡ କଥା ହେଉଛି ଦମ୍ପତିକୁ ଏହି କଥା ସେତେବେଳେ ଜଣାପଡିଲା ଯେତେବେଳେ ପୁଲିସ୍ ସେମାନଙ୍କ ଘରକୁ ଛୁଆର ମୃତ ଶବ ଦେବାକୁ ଆସିଥିଲା ।

ଡେଲି ମେଲ୍ ର ରିପୋର୍ଟ ମୁତାବକ, ରୁଷର ରାଜଧାନୀ ମସ୍କୋରେ ରହୁଥିବା ଉକ୍ତ ଦମ୍ପତି ଆଲେକଜାଣ୍ଡର ଏବଂ ତୈସିୟାଙ୍କୁ ସେମାନଙ୍କ ଅବହେଳା କାରଣରୁ ହୋଇଥିବା ମୃତ୍ୟୁକୁ ନେଇ ଗିରଫ କରାଯାଇଛି । ସେମାନଙ୍କୁ ପାଖାପାଖି ୨ ବର୍ଷ ପର୍ଯ୍ୟନ୍ତ ସଜ୍ଜା ଶୁଣାଇ ଦିଆଯିବ ବୋଲି ସୁତ୍ରରୁ ଜଣାପଡିଛି । ରୁଷ ମିଡିଆର ସୂଚନା ଅନୁସାରେ, ଦେଢ଼ ବର୍ଷର ଛୁଆଟି ବାପା-ମା’ ନିଶାରେ ଥିବା ସମୟରେ ଖଟ ଉପରେ ଖେଳି ଖେଳି ଝରକା ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲା । ସେତେବେଳେ ଝରକା ଖୋଲାଥିଲା । ଯାହା ଫଳରେ ଛୁଆଟି ଖେଳି ଖେଳି ଗୋଡ ଖସିଯିବାରୁ ୧୪ ମହଲା ତଳକୁ ପଡିଯାଇଥିଲା । ଏହାପରେ ସ୍ଥାନୀୟ ଲୋକମାନେ ଛୁଆର ମୃତ ଦେହ ଦେଖି ପୁଲିସ୍ କୁ ଖବର ଦେଇଥିଲେ ।

ରୁଷର ତଦନ୍ତକାରୀ କମିଟିର ପ୍ରବକ୍ତା କହିଛନ୍ତି ଯେ, ପ୍ରମାଣ ହୋଇଯାଇଛି କି ଛୁଆଟି ପଡିବା ସମୟରେ ମା-ବାପା ଘରେ ହିଁ ଥିଲେ । ଆଉ ଛୁଆକୁ ଝରକା ଠାରୁ ଦୂରରେ ରଖି ନଥିଲେ । ଯାହାଫଳରେ ସେ ଖେଳି ଖେଳି ଝରକାରୁ ଗୋଡ ଖସି ପଡିଯାଇଥିଲା । ତେବେ ବାପା-ମା’ଙ୍କ ବୟସ ୨୩ ଏବଂ ୨୨ କୁହାଯାଉଛି । ସେହିପରି ତଦନ୍ତକାରୀ ଟିମ୍ ଏହି ଘଟଣା ପରେ ସେହି ବାପା-ମା ମାନଙ୍କୁ ସଚେତନ କରିଛନ୍ତି ଯେଉଁମାନେ ଉଚ୍ଚ ଉଚ୍ଚ ଫ୍ଲାଟ୍ ରେ ରହୁଛନ୍ତି ।

Get real time updates directly on you device, subscribe now.