fbpx

ଶିଳ୍ପସଂସ୍ଥା ଚଳାଇବା ପାଇଁ ପରିବେଶ କ୍ଲିୟରାନ୍ସ କର… ଜାଣନ୍ତୁ କଣ କହିଲେ ଏନଜିଟି

ନୂଆଦିଲ୍ଲୀ: ଉଦ୍ୟୋଗ ବା ଶିଳ୍ପସଂସ୍ଥା ଚଳାଇବା ପାଇଁ ପରିବେଶ ଉପରେ ପଡ଼ୁଥିବା ପ୍ରଭାବକୁ ନେଇ ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲ(ଏନଜିଟି) କଡ଼ା ତାଗିଦ୍ କରିଛନ୍ତି । ଏନଜିଟି ବେଞ୍ଚ ସ୍ପଷ୍ଟ କରିଛି ଯେ ବିନା ପର୍ଯ୍ୟାବରଣ ଅନୁମତିରେ ଇଣ୍ଡଷ୍ଟ୍ରିଆଲ ୟୁନିଟ କାର୍ଯ୍ୟ କରିପାରିବନାହିଁ । ରାଜ୍ୟ ସରକାର କୌଣସି ୟୁନିଟକୁ ପରିବେଶ କ୍ଲିୟରାନ୍ସ (ଇସି) ବିନା ଚଳାଇବାକୁ ଅନୁମତି ଦେଇପାରିବେ ନାହିଁ ।

ଏନଜିଟିର ଅଧ୍ୟକ୍ଷ ଜଷ୍ଟିସ୍ ଆଦର୍ଶ କୁମାର ଗୋଏଲଙ୍କ ନେତୃତ୍ୱରେ ଏକ ଖଣ୍ଡପୀଠ କହିଛନ୍ତି ଯେ କ୍ଷତିପୂରଣ ପ୍ରଦାନ ପରେ ପରିବେଶ ମଞ୍ଜୁର ବିନା କାର୍ଯ୍ୟ କରିବାକୁ ଦେଇପାରିବେନାହିଁ । ଏନେଇ ରାଜ୍ୟ ପାଖରେ ସେପରି କୌଣସି ଅଧିକାରନାହିଁ । ଏନଜିଓ ଦସ୍ତକ ଦ୍ୱାରା ଦାଖଲ ହୋଇଥିବା ଏକ ଆବେଦନ ଉପରେ ଏନଜିଟି ଏହି ତଥ୍ୟ ପ୍ରଦାନ କରିଛନ୍ତି । ଫର୍ମାଲଡିହାଇଡ ଉତ୍ପାଦନକାରୀଙ୍କୁ ହରିୟାଣା ସରକାର ଦେଇଥିବା ଅନୁମୋଦନ ବାତିଲ କରିବାକୁ ଦସ୍ତକ ଦାବି କରିଥିଲା । ହରିୟାଣା ସରକାର ଏହି ଉତ୍ପାଦକମାନଙ୍କୁ ବିନା ଇସିରେ ୬ ମାସ ପର୍ଯ୍ୟନ୍ତ କାମ କରିବାକୁ ଅନୁମତି ଦେଇଥିଲେ ।

ଏନଜିଓ ଏହାର ଆବେଦନରେ କହିଛି ଯେ ପରିବେଶ ମଞ୍ଜୁରୀ ଆବଶ୍ୟକ ଏବଂ ଏହାକୁ ଛାଡ଼ କରିବାକୁ ରାଜ୍ୟର କୌଣସି ଅଧିକାର ନାହିଁ ।

Get real time updates directly on you device, subscribe now.