fbpx

ନୋଏଡାଠାରେ ବିଶ୍ୱ ସ୍ତରୀୟ ଫିଲ୍ମ ସିଟି ନିର୍ମାଣ ପ୍ରକ୍ରିୟା ଆରମ୍ଭ, କାଲି ଡିଆରପି ଦେଖିବେ ମୁଖ୍ୟମନ୍ତ୍ରୀ ଯୋଗୀ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ସରକାର ଏକ ବିଶ୍ୱ ସ୍ତରୀୟ ଫିଲ୍ମ ସିଟି ନିର୍ମାଣ ପାଇଁ ଯୋଜନା ପ୍ରସ୍ତୁତ କରୁଛନ୍ତି । ଦିଲ୍ଲୀ ନିକଟବର୍ତ୍ତୀ ନୋଏଡା ଠାରେ ୨୦୦୦ ଏକରରୁ ଅଧିକ ଜାଗାରେ ଏହି ଫିଲ୍ମ ସିଟି ନିର୍ମାଣ ହେବ । ଏହି ଫିଲ୍ମ ସିଟି ବିଶ୍ୱ ପାଇଁ ଏକ ଆଦର୍ଶ ହେବ ବୋଲି ସରକାର ଦାବି କରିଛନ୍ତି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜୁନ୍ ୮ ରେ ନୋଏଡାଠାରେ ନିର୍ମିତ ହେବାକୁ ଥିବା ଫିଲ୍ମ ସିଟି ର ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡିଆରପି) ଦେଖିବେ ଏବଂ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହେବ, ଖୁବ୍ ଶୀଘ୍ର ଏହା ପାଇଁ ଏକ ଗ୍ଲୋବାଲ ଟେଣ୍ଡର କରାଯିବ।

ଏହି ପ୍ରସଙ୍ଗରେ ସଂଖ୍ୟାଲଘୁ କଲ୍ୟାଣ ମନ୍ତ୍ରୀ ମୋହସିନ୍ ରଜା କହିଛନ୍ତି ଯେ ‘ଆମେ ବିଶ୍ୱର ସର୍ବୋତ୍ତମ ଫିଲ୍ମ ସିଟି ନିର୍ମାଣ କରିବାକୁ ଯାଉଛୁ। ଏଥିପାଇଁ ମୁଖ୍ୟମନ୍ତ୍ରୀ ନିରନ୍ତର କାର୍ଯ୍ୟ କରୁଛନ୍ତି। ସେ କହିଛନ୍ତି ଯେ ଗତ ବର୍ଷ ମୁମ୍ବାଇରେ ମୁଖ୍ୟମନ୍ତ୍ରୀ ଯୋଗୀ କଳାକାରଙ୍କୁ ଭେଟିଥିଲେ। ଅକ୍ଷୟ କୁମାରଙ୍କ ସମେତ ଅନେକ ଚଳଚ୍ଚିତ୍ର ନିର୍ମାତା ଏବଂ କଳାକାରଙ୍କୁ ଏହି ବିଷୟରେ କହିଥିଲେ ।’

ମୋହସିନ୍ ରଜା ଏହା ମଧ୍ୟ କହିଛନ୍ତି ଯେ ମହାରାଷ୍ଟ୍ର ପରି ୟୁପିରେ କୌଣସି ଅଣ୍ଡରୱାର୍ଲ୍ଡ ଚାପ ନାହିଁ। ଏଠାରେ ଏକ ଉତ୍ତମ ପରିବେଶ ଅଛି, ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଲୋକମାନେ ଏଠାରେ ସୁରକ୍ଷିତ ରହିବେ । ସେ କହିଛନ୍ତି ଯେ ନୋଏଡାଠାରେ ଏକ ଫିଲ୍ମ ଇଣ୍ଡଷ୍ଟ୍ରି ଗଠନ ହେବା ସହିତ ଲୋକମାନେ ମଧ୍ୟ ଜୀବିକା ପାଇବେ, ରୋଜଗାର ବୃଦ୍ଧି ପାଇବ । ଚଳଚ୍ଚିତ୍ର ଜଗତର ଲୋକମାନେ ଉତ୍ତରପ୍ରଦେଶକୁ ଆସିବେ, ସେମାନେ ଏଠାରେ ଉନ୍ନତ ପରିବେଶ ଏବଂ ସୁରକ୍ଷା ପାଇବେ ।

Get real time updates directly on you device, subscribe now.