fbpx

ଖାଲି ଅଛି ୯ କ୍ୟାବିନେଟ୍ ପଦ, ପାଇଲଟ୍ ମାଗୁଛନ୍ତି ୬, ଅଙ୍କ ଛିଡ଼ୁ ନଥିବାରୁ ଆପ୍ଲାଏ ହେବ ନୂଆ ଫର୍ମୂଲା

ଜୟପୁର: ରାଜସ୍ଥାନ କଂଗ୍ରେସ ରାଜନୀତି ପୁଣି ଗୋଳିଆରେ ହେବାରେ ଲାଗିଛି । କିଛିଦିନ ପୂର୍ବରୁ କଂଗ୍ରେସ ନେତା ସଚିନ ପାଇଲଟ ଦିଲ୍ଲୀ ଯାଇ ହାଇକମାଣ୍ଡଙ୍କୁ ନ ଭେଟିବା ଉପରେ ଚର୍ଚ୍ଚା ହେଉଥିଲା । ଏବେ ପୁଣି ଏକ ନୂଆ ତଥ୍ୟ ସାମନାକୁ ଆସିଛି । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ମନ୍ତ୍ରିମଣ୍ଡଳରେ ୯ଟି ପଦ ଖାଲି ରହିଥିବା ବେଳେ ପାଇଲଟ୍ ୬ଟି ପଦ ଦାବି କରିଛନ୍ତି । ଏହି ପଦ ଉପରେ ସଚିନଙ୍କ ସମେତ ୧୮ ଅନ୍ୟ ଦଳର ବିଧାୟକଙ୍କର ଆଖି ରହିଥିବା ଜଣାପଡ଼ିଛି । ତେବେ ଅଙ୍କ ଛୁିଡ଼ୁ ନଥିବାରୁ ଆଗକୁ କ’ଣ ହେବ ତାହା କହିହେବ ନାହିଁ ।

ସୂଚନା ମୁତାବକ, ଦଳରେ ସମସ୍ତଙ୍କୁ ସନ୍ତୁଷ୍ଟ କରିବା ସମ୍ଭବ ହେଉନଥିବାରୁ ଏଥିପାଇଁ ନୂଆ ଫର୍ମୂଲାର ସନ୍ଧାନ ଚାଲିଛି । ଦଳରେ ଅନେକ ବିଧାୟକ ୬ରୁ ୭ ଥର ଜିତି ଥିବାରୁ ସେମାନଙ୍କ ଥଇଥାନ ନେଇ ବିଚାରବିମର୍ଶ ଚାଲିଛି । ପାଇଲଟ ଓ ଗେହଲଟଙ୍କ ବିବାଦକୁ ନିଜେ ହାଇକମାଣ୍ଡ ସୋନିଆ ଗାନ୍ଧି ନିଜ ହାତକୁ ନେଇଥିବା ଜଣାପଡ଼ିଛି । ସଚିନ ନିଜର ସମର୍ଥକଙ୍କ ମଧ୍ୟରୁ ୬ରୁ ୭ ଜଣଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ୍ କରିବାକୁ ଆଶା ରଖିଛନ୍ତି । ସଚିନ କଂଗ୍ରେସର ମହାସଚିବ ଭଳି ପଦବୀକୁ ପ୍ରତ୍ୟାଖାନ କରିଦେଇଥିବା ମଧ୍ୟ ଖବର ମିଳିଛି । ସଚିନ କେନ୍ଦ୍ର ରାଜନୀତିରେ ସକ୍ରିୟ ରହିଲେ ରାଜ୍ୟ ସଙ୍କଟ ଦୂର ହୋଇପାରିବ ବୋଲି ଦଳ ପକ୍ଷରୁ କୁହାଯାଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.