fbpx

ଭଡାଟଙ୍କା ମାଗିବାରୁ ଡ୍ରାଇଭରକୁ ମାଡ଼ମାରି କାର ସହ ଟଙ୍କା ଲୁଟିନେଲା ଦୁର୍ବୃତ୍ତ, ୭ ଘଣ୍ଟା ପରେ ପରିତ୍ୟକ୍ତ ପୋଖରୀରୁ ମିଳିଲା ଗାଡ଼ି

ପାଟକୁରା (ଓଡ଼ିଶା ଭାସ୍କର):  ପାରଦ୍ୱୀପରୁ ଜଗତସିହପୁର ଓ ତାପରେ ନିଜ ଘର ହଳଦିଆ କୁଳସାହି ଗ୍ରାମକୁ ଭଡାରେ ଏକ କାର ଆଣିଥିବା ସନା ଦାସ ନାମକ ଜଣେ ବ୍ୟକ୍ତି ଡ୍ରାଇଭରକୁ ଭଡା ଟଙ୍କା ନ ଦେଇ ମାଡ ମାରି ତା ଠାରୁ କାରଟିକୁ ନେଇଯିବା ପରେ ମଙ୍ଗଳବାର ସକାଳୁ ଏହି ଲୁଟ କାର (ଓଡି୦୨କ୍ୟୁ୭୫୭୬) ଟି ସ୍ଥାନୀୟ ନୂଆପଡା ଗ୍ରାମ ଶ୍ମସାନ ନିକଟସ୍ଥ ଏକ ପରିତ୍ୟକ୍ତ ଗଭୀରପୋଖରୀ ପାଣି ମଧ୍ୟରୁ ଉଦ୍ଧାର ହୋଇଛି । ଏ ସମ୍ବଦରେ ମାର୍ଶାଘାଇ ଥାନାରେ ଏକ ମାମଲା ରୁଜୁ ହୋଇଛି ।

ଅନୁସଂନ୍ଧାନରୁ ଜଣାଯାଇଛି ଯେ, ପାରାଦ୍ୱୀପର ତାରେଣୀ ଗଡା ନିକଟରେ ପ୍ରଶାନ୍ତ ମଳିକ ନାମକ ଜଣେ ବ୍ୟକ୍ତି ଦୀର୍ଘ ଦିନ ହେବ ସେଠାରେ ରହି ନିଜର ଏକ କାର ଭଡାରେ ଲଗାଇ ବ୍ୟବସାୟୀ କରି ଆସୁଛନ୍ତି । ପ୍ରଶାନ୍ତ ନିଜେ ସେ କାରଟିକୁ ଡ୍ରାଇଭିଂ କରନ୍ତି । ସୋମବାର ଦିନ ସନା ଦାସ ନାମକ ଜଣେ ବ୍ୟକ୍ତି କାରକୁ ଭଡାରେ ଜଂଗତସିହପୁରକୁ ନେଇଥିଲେ । ଶ୍ରୀ ଦାସ ଜଂଗତସିହପୁରରୁ ପାରଦ୍ୱୀପକୁ ନଫେରି ନିଜ ଗ୍ରାମ ମାର୍ଶାଘାଇ ଥାନା ଅନ୍ତର୍ଗତ ହଳଦିଆ କୁଳସାହି ଗ୍ରାମ ନିଜ ଘରକୁ ସେହି କାରରେ ଆସିଥିଲେ । ରାତି ପ୍ରାୟ ୧୦ ଟା ସମୟରେ କାର ଡ୍ରାଇଭର ପ୍ରଶାନ୍ତ ଭଡା ଟଙ୍କା ମାଗିବାରୁ ଶ୍ରୀ ଦାସ ତାଙ୍କୁ ଭଡା ଟଙ୍କା ନଦେଇ ତାଙ୍କ ଉପରେ ବିଭିନ୍ନ ଆରୋପ ଲଗାଇ ତାଙ୍କୁ ନିଧୁର୍ମ ମାଡ ମାରିଥିଲୋ ଓ ତାଙ୍କ ଠାରୁ ଦୁଇଟି ମୋବାଇଲ ଓ ତାଙ୍କ ମନିର୍ସରେ ଥିବା ୬ ହଜାର ଟଙ୍କା ଲୁଟି ନେଇଯାଇଥିଲେ । ପ୍ରଶାନ୍ତ ଜୀବନ ବିକଳରେ ନିଜ କାର ଛାଡି ଗହିର ବିଲ ମଧ୍ୟଦେଇ ନିଜ ଜୀବନ ବଞ୍ଚାଇବା ପାଇ ଦୈଡି ପଳାଇ ଆସିଥିଲେ ।

ପ୍ରଶାନ୍ତ କିଛି ବାଟ ଗଲା ପରେ ମୁଖ୍ୟରାସ୍ତା ଉପରେ ପଡିଯାଇଥିଲେ । ସ୍ଥାନୀୟ ଲୋକମାନେ ପ୍ରଶାନ୍ତର ଏଭଳି ଅବସ୍ଥା ଦେଖି ୧୦୮ ଆମ୍ବୁଲାନ୍ସ ଡକାଇ ପ୍ରଶାନ୍ତକୁ ମାର୍ଶାଘାଇ ମେଡିକାଲ ପଠାଇଦେଇଥିଲେ । ସେଠାରେ ପ୍ରଶାନ୍ତ ପ୍ରାଥମିକ ଚିକିତ୍ସା ହେଲା ପରେ ପାରଦ୍ୱୀପରେ ଥିବା ତାଙ୍କ କାର ମାଲିକ ସଂଘକୁ ଜଣାଇବା ସହିତ ମାର୍ଶାଘାଇ ଥାନାକୁ ଜଣାଇଥିଲେ । ସୋମବାର ରାତି ତମାମ ପ୍ରଶାନ୍ତ ଓ ତାଙ୍କର ସହଯୋଗୀ ମାନେ କାରଟିକୁ ବିଭିନ୍ନ ରାସ୍ତାରେ ଖେଜା ଖୋଜି କରିଥିଲେ । ସକାଳ ପ୍ରାୟ ୬ ଟା ସମୟରେ ପାଟକୁରା ଥାନା ଅନ୍ତର୍ଗତ ପଦ୍ମପୁର ପଞ୍ଚାୟତର ନୂଆପଡା ଗ୍ରାମ ଶ୍ମଶାନ ନିକଟରେ ଥିବା ଏକ ପରିତ୍ୟକ୍ତ ଗଭୀର ପୋଖରୀ ଜଳରେ କାରଟି ଭାସୁଥିବା ସ୍ଥାନୀୟ ଲୋକମାନେ ଦେଖିବାକୁ ପାଇଥିଲେ । ଖବରଟି ଚାରିଆଡେ ପ୍ରଚାର ପ୍ରସାର ହୋଇଯିବାରୁ ଶହ ଶହ ଲୋକ ଏଠାରେ ରୁଣ୍ଡ ହୋଇଯାଇଥିଲେ । ଖବର ପାଇଁ କାରର ମାଲିକ ପ୍ରଶାନ୍ତ ମଲିକ ଓ ତାଙ୍କର ସହଯୋଗୀ ମାନେ ସେଠାରେ ପହଞ୍ଚି ସ୍ଥାନୀୟ ଲୋକମାନଙ୍କ ସହାୟତାରେ ପୋଖରୀ ମଧ୍ୟରୁ କାରରେ ଏକ ଦଉଡି ବନ୍ଧା ଯାଇ ଟ୍ରାକ୍ଟର ସହାୟତାରେ ଟଣାହେଇ ଉପରକୁ ଆସିଥିଲା। ଏହି ଘଟଣାଟି ସ୍ଥାନୀୟ ଅଞ୍ଚଳରେ ବେଶ ଚର୍ଚ୍ଚାର ବିଷୟ ହୋଇଛି ।

Get real time updates directly on you device, subscribe now.