fbpx

ଆଂଶିକ ଲକଡାଉନରେ ରାଜଧାନୀରେ କ’ଣ ଖୋଲା ଆଉ କ’ଣ ବନ୍ଦ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ୧୪ ଦିନିଆ ଆଂଶିକ ଲକଡାଉନ୍ ନେଇ ଘୋଷଣା କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ଆସନ୍ତାକାଲି ସକାଳ ୫ଟାରୁ ଆସନ୍ତା ଜୁଲାଇ ୧ ତାରିଖ ସକାଳ ୫ଟା ପର୍ଯ୍ୟନ୍ତ ଏହା ଜାରି ରହିବ । ତେବେ ସଂକ୍ରମଣ ଦୃଷ୍ଟିରୁ ସମସ୍ତ ଜିଲ୍ଲାକୁ ‘ଏ’ ଓ ‘ବି’ କାଟାଗୋରିରେ ଭାଗ କରାଯାଇଛି । କମ୍ ସଂକ୍ରମଣ ଥିବା ୧୭ଟି ଜିଲ୍ଲାକୁ ଏ, ସେହିପରି ଅଧିକ ସଂକ୍ରମଣ ଥିବା ୧୩ଟି ଜିଲ୍ଲାକୁ ବି କାଟାଗୋରିରେ ରଖାଯାଇଛି । ଖୋର୍ଦ୍ଧା ଜିଲ୍ଲାରେ ସଂକ୍ରମଣ ଅଧିକ ରହିଥିବାରୁ ଏହାକୁ ବି କାଟାଗୋରିରେ ରଖାଯାଇଛି ।

ରାଜଧାନୀ ଭୁବନେଶ୍ୱର, କଟକକୁ ବି କାଟାଗୋରିରେ ରଖାଯାଇଥିବାରୁ ଏଠାରେ କଟକଣା ସକାଳ ୬ରୁ ମଧ୍ୟାହ୍ନ ୧ଟା ଯାଏ କୋହଳ କରାଯାଇଛି । ନାଇଟ୍ କର୍ଫ୍ୟୁ ଓ ସପ୍ତାହାନ୍ତ ସଟଡାଉନ୍ ପୂର୍ବପରି ଜାରି ରହିବ । ଦୁଗ୍ଧ ଚାଷୀଙ୍କ ହିତ ପାଇଁ ସମସ୍ତ ମିଠା ଦୋକାନ ଖୋଲା ରହିବା ସହ ମଲ୍, ଜିମ୍, ସେଲୁନ୍, ସ୍ପା ବନ୍ଦ ରହିବ । ସାଇକେଲ, ଗାଡ଼ି ବିକ୍ରି ଓ ମରାମତି ଦୋକାନ ଖୋଲା ରହିବ । ସରକାରୀ ଓ ଘରୋଇ ଅଫିସ୍ ୫୦ ପ୍ରତିଶତ କର୍ମଚାରୀରେ ଚାଲିବ । ବିବାହ, ବ୍ରତ ପାଇଁ କଟକଣା ବଳବତ୍ତର ରହିବା ସହ ବସ ଚଳାଚଳ ବନ୍ଦ ରହିବ । ସକାଳ ୬ଟାରୁ ୯ଟା ଯାଏଁ ମର୍ଣ୍ଣିଂ ୱାକ, ଜଗିଂକୁ ଅନୁମତି ମିଳିଥିବା ବେଳେ ପାର୍କ ବନ୍ଦ ରହିବ । ନିର୍ମାଣ ସାମଗ୍ରୀ ଦୋକାନ, ଇଲେକ୍ଟ୍ରି ଦୋକାନ, ସ୍ୱାସ୍ଥ୍ୟ ସେବା ସମ୍ପର୍କିତ ଦୋକାନ, କୃଷି ଉପକରଣ ଦୋକାନ ଖୋଲା ରହିବବୋଲି କୁହାଯାଇଛି ।

Get real time updates directly on you device, subscribe now.