fbpx

କରୋନା ଲଢେଇ ପାଇଁ ପ୍ରସ୍ତୁତ ହେବେ ୧ ଲକ୍ଷ ଯୋଦ୍ଧା, ପ୍ରଧାନମନ୍ତ୍ରୀ ଆରମ୍ଭ କଲେ ମହା ଅଭିଯାନ

ନୂଆଦିଲ୍ଲୀ : କୋଭିଡ୍-୧୯ ମହାମାରୀର ମୁକାବିଲା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଯଥା ସମ୍ଭବ ପ୍ରୟାସ ଜାରି ରହିଛି। ମୁକାବିଲାକୁ ଆହୁରି ଜୋରଦାର ପାଇଁ କୋଭିଡ୍-୧୯ର ଆଗ ଧାଡିର ଯୋଦ୍ଧାଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ କ୍ରାସ କୋର୍ସ ଲଞ୍ଚ କରିଛନ୍ତି। ଏଥିସହ ମହାମାରୀକୁ ନେଇ ଦେଶ ପ୍ରସ୍ତୁତ ରହିବାକୁ ସନ୍ଦେଶ ଦେଇଛନ୍ତି। ଆଜି ଆରମ୍ଭ ହୋଇଥିବା କ୍ରାସ କୋର୍ସ ଜରିଆରେ ଏକ ଲକ୍ଷ ଯୋଦ୍ଧାଙ୍କୁ ମହାମାରୀର ସାମ୍ନା କରିବା ପାଇଁ ପ୍ରସ୍ତୁତ କରାଯିବ। ପ୍ରଧାନମନ୍ତ୍ରୀ କ୍ରାସ କୋର୍ସ କରିବାକୁ ଯାଉଥିବା ଆଗ ଧାଡିର ଯୋଦ୍ଧାଙ୍କୁ ଶୁଭକାମନା ଜଣାଇଛନ୍ତି ଏବଂ ଆଶା କରିଛନ୍ତି ଯେ ଶୀଘ୍ର  ସ୍ଵାସ୍ଥ୍ୟକର୍ମୀଙ୍କୁ ସହଯୋଗ ଦେବା ପାଇଁ ପ୍ରସ୍ତୁତ ହୋଇଯିବେ।

ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କର୍ମୀଙ୍କ ପାଇଁ ସ୍ଵତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଥିବା କ୍ରାସ କୋର୍ସ ପ୍ରୋଗ୍ରାମର ଶୁଭାରମ୍ଭ ଭିଡିଓ କନଫରେନ୍ସିଂ ଜରିଆରେ କରିଛନ୍ତି।  ଏହାର ଆରମ୍ଭ ପ୍ରଧାନମନ୍ତ୍ରୀ ଦକ୍ଷତା ବିକାଶ ଯୋଜନା ୩.୦ ଆଧାରରେ ସମଗ୍ର ଦେଶର ୨୬ ରାଜ୍ୟରେ ସ୍ଥିତ ୧୧ ପ୍ରଶିକ୍ଷଣ କେନ୍ଦ୍ରରେ କରାଯିବ। ଉଦଘାଟନ ଅବସରରେ କେନ୍ଦ୍ର ଦକ୍ଷତା ବିକାଶ ମନ୍ତ୍ରୀ ମଧ୍ୟ ଉପସ୍ଥିତ ଥିଲେ।

୨-୩ ମାସରେ ପୂରା ହେବ କ୍ରାସ କୋର୍ସ

ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି କୋଭିଡ୍-୧୯ ମହାମାରୀ ଦୁନିଆର ପ୍ରତ୍ୟେକ ଦେଶ, ପ୍ରତିଟି ଲୋକ, ପ୍ରତିଟି ସମାଜ, ପ୍ରତି ପରିବାରର ସାମର୍ଥ୍ୟର ବାରମ୍ଵାର ପରୀକ୍ଷା ନେଇଛି।  ଅନ୍ୟପଟେ ଏହି ମହାମାରୀ ବିଜ୍ଞାନ, ସରକାର, ସମାଜ, ସଂସ୍ଥା ଓ ବ୍ୟକ୍ତି ଭାବେ ନିଜର କ୍ଷମତାକୁ ବିସ୍ତାର କରିବା ପାଇଁ ସତର୍କ ମଧ୍ୟ କରାଇଛି। ପ୍ରଧାନମନ୍ତ୍ରୀ କହିଛନ୍ତି, କରୋନା ଲଢେଇ ଲଢୁଥିବା ବର୍ତ୍ତମାନର ଯୋଦ୍ଧାଙ୍କୁ ସାହାଯ୍ୟ କରିବା ପାଇଁ ଦେଶରେ ପ୍ରାୟ ଏକ ଲକ୍ଷ ଯୁବ ବର୍ଗଙ୍କୁ ପ୍ରଶିକ୍ଷିତ କରାଯିବାର ଲକ୍ଷ୍ୟ ରଖାଯାଇଛି। ଏହି କୋର୍ସ ୨-୩ ମାସରେ ପୂରା ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

Get real time updates directly on you device, subscribe now.