fbpx

ଚିକେନ୍ ଲଭର୍ ଙ୍କ ପାଇଁ ଖୁସି ଖବର, ଟିକା ନେଲେ ମାଗଣାରେ ମିଳିବ ଗୋଟା କୁକୁଡ଼ା: ଲୋକଙ୍କୁ ଉତ୍ସାହିତ କରିବାକୁ ଘୋଷଣା କଲା ଏହି ଜିଲ୍ଲା ପ୍ରଶାସନ

ନୂଆଦିଲ୍ଲୀ(ଓଡ଼ିଶା ଭାସ୍କର): ଲୋକଙ୍କୁ ଟିକାକରଣ ପାଇଁ ଉତ୍ସାହିତ କରିବା ଲାଗି ଇଣ୍ଡୋନେସିଆ ସରକାର ଏକ ନିଆରା ତରିକା ଆପଣେଇଛନ୍ତି । ଏଠାରେ ଏବେ ଟିକା ନେଉଥିବା ଲୋକଙ୍କୁ ମାଗଣା ଚିକେନ୍‌ ଦିଆଯାଉଛି । ପଶ୍ଚିମ ଜାଭାର ସିୟାନଜୁର ରିଜେନ୍ସିରେ ୪୫ରୁ ଉଦ୍ଧ୍ୱର୍ ବୟସ୍କ ନାଗରିକଙ୍କୁ ଟିକା ନେବାକୁ ଉତ୍ସାହିତ କରିବା ଲାଗି ଜିଲ୍ଲାଧିକାରୀମାନେ ମାଗଣା ଚିକେନ୍‌ ଦେବାକୁ ନିଷ୍ପତ୍ତି ନେଇଛନ୍ତି ।

ଉକ୍ତ ଜିଲ୍ଲାର ଜଣେ ପୁଲିସ ଅଧିକାରୀ ଗଲିହ ଅପ୍ରିୟା କହିଛନ୍ତି, ଅଧିକ ବୟସ୍କ ଲୋକମାନେ ଟିକାକରଣ କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ଟିକା ନେବାକୁ ଭୟ କରୁଥିଲେ । ଟିକାକୁ ନେଇ ସୋସିଆଲ ମିଡିଆରେ ଅନେକ ଗୁଜବ ପ୍ରଚାର ହେଲା, ସେଥିପାଇଁ ଲୋକେ ଟିକା ନେବାକୁ ମନ ବଳାଇଲେ ନାହିଁ । ବୟସ୍କମାନେ ବିଶ୍ୱାସ କରିବସିଲେ ଯେ ଟିକା କରୋନାକୁ ରୋକେନାହିଁ, ବରଂ ଗମ୍ଭୀର ରୋଗ ସହିତ ମୃତ୍ୟୁର କାରଣ ହୁଏ ।

ଏହା ଦେଖି ଜିଲ୍ଲା ପ୍ରଶାସନ ମାଗଣା ଚିକେନ୍‌ କାର୍ଯ୍ୟକ୍ରମ ଆରମ୍ଭ କଲା । ଏହା ପୂର୍ବରୁ ୨୦-୨୫ ଜଣ ଟିକା ନେବାକୁ ଆସୁଥିଲେ । ଏବେ କିନ୍ତୁ ଅଫର୍‌ ଲାଗି ପ୍ରତିଦିନ ୨୫୦ରୁ ଅଧିକ ଲୋକ ଟିକାକରଣ କେନ୍ଦ୍ରକୁ ଆସୁଛନ୍ତି । ଏବେ ସୁଦ୍ଧା ୫୦୦ରୁ ଅଧିକ କୁକୁଡ଼ା ମାଗଣା ଦିଆସରିଛି । ଟିକାକରଣ ଉପରେ ଜୋର୍‌ ଦେବା ଲାଗି ଅନ୍ୟ ପଦକ୍ଷେପ ମଧ୍ୟ ନିଆଯାଉଛି ।

Get real time updates directly on you device, subscribe now.