fbpx

ବଦଳିଲା କେଜିଏଫ-୨ ର ରିଲିଜ୍ ତାରିଖ, ଜାଣନ୍ତୁ କେବେ…

ନୂଆଦିଲ୍ଲୀ: କରୋନା ଭାଇରସର ପ୍ରଭାବ ପଡ଼ିଛି ଫିଲ୍ମ ଇଣ୍ଡଷ୍ଟ୍ରୀ ଉପରେ । ଭାଇରସ ଯୋଗୁଁ ଲଗାତାର ଆଗାମୀ ଫିଲ୍ମ ଗୁଡ଼ିକର ରିଲିଜ ଡେଟରେ ପରିବର୍ତ୍ତନ କରାଯାଉଛି । ଭାଇରସ୍ ଯୋଗୁଁ ସିନେମା ହଲ ଗୁଡ଼ିକ ବନ୍ଦ ରହିଛି । ସୁଟିଂ ଏବଂ ପୋଷ୍ଟ ପ୍ରୋଡକ୍ସନ କାମ ମଧ୍ୟ ବନ୍ଦ ରହିଛି । ଏହି କାରଣରୁ ଫିଲ୍ମ ନିର୍ମାତା ଫିଲ୍ମ ରିଲିଜର ଡେଟକୁ ଘୁଞ୍ଚାଇବାକୁ ବାଧ୍ୟ ହୋଇଛନ୍ତି । ଏହି ପରିପ୍ରେକ୍ଷୀରେ କନ୍ନଡ଼ ଷ୍ଟାର ୟଶଙ୍କ ବହୁ ପ୍ରତୀକ୍ଷିତ ‘କେଜିଏଫ-୨’ ର ରିଲିଜ ଡେଟରେ ମଧ୍ୟ ପରିବର୍ତ୍ତନ କରିଛନ୍ତି । ଆଉ ଏହାର ନୂଆ ରିଲିଜ ସାମ୍ନାକୁ ଆସିଛି ।

୨୦୨୧ର ବହୁ ପ୍ରତୀକ୍ଷିତ ଫିଲ୍ମ ମଧ୍ୟରୁ ଗୋଟିଏ ହେଉଛି ‘କେଜିଏଫ-୨’ ଯାହାକୁ ନେଇ ଫ୍ୟାନ ମାନେ ଅପେକ୍ଷା କରି ରହିଛନ୍ତି । ପ୍ରଥମେ ‘କେଜିଏଫ-୨’ ଜୁଲାଇ ୧୬ ରେ ରିଳିଜ୍ ହେବାକୁଥିବାବେଳେ କରୋନା ଯୋଗୁଁ ଏହାର ରିଲିଜ ଡେଟକୁ ବଦଳାଯାଇଛି ଆଉ ଏହାକୁ ଏବେ ଜୁଲାଇ ୧୬ ପରିବର୍ତ୍ତେ ସେପ୍ଟେମ୍ବର ୯ ରେ ରିଲିଜ୍ କରାଯିବ । ଫିଲ୍ମ ଟ୍ରେଣ୍ଡ ଆନାଲିଷ୍ଟ ସୁମିତ କଣ୍ଡେଲ ଏକ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ଯେ ଫିଲ୍ମ ନିର୍ମାତା କରୋନା ମହାମାରୀକୁ ଦୃଷ୍ଟିରେ ରଖି ଫିଲ୍ମ ରିଲିଜ ଡେଟ୍ ଆଗକୁ ବଢାଉଛନ୍ତି । ଏଭଳି ସ୍ଥିତିରେ ସେପ୍ଟେମ୍ବର ୯ରେ ଫିଲ୍ମ ରିଳିଜ ହେବା ନେଇ ସମ୍ଭାବନା ରହିଛି । ଆଶା କରାଯାଉଛି ସେତେବେଳେକୁ କରୋନା ସ୍ଥିତିରେ ସୁଧାର ଆସିଥିବ ।

ତେବେ ଫିଲ୍ମର ମେକର୍ସ ଫିଲ୍ମକୁ ସେତେବେଳେ ରିଲିଜ କରିବାକୁ ଚାହୁଛନ୍ତି ଯେତେବେଳେ ସିନେମା ଘରେ ଅଧିକ ସଂଖ୍ୟାରେ ଦର୍ଶକ ଦେଖିବାକୁ ଆସିପାରିବେ । ତେବେ ଫିଲ୍ମର ନିର୍ମାତା ପ୍ରଶାନ୍ତ ନୀଲଙ୍କ ତରଫରୁ ଏନେଇ କୌଣସି ସୂଚନା ମିଳିନାହିଁ । ସୂଚନାଯୋଗ୍ୟ ‘କେଜିଏଫ-୨’ର ଟ୍ରେଲର ଜାନୁଆରୀ ୮ରେ ହୋଇଥିଲା । ଏମିତିରେ ଫ୍ୟାନମାନେ କନ୍ନଡ଼ ଫିଲ୍ମ ଅଭିନେତା ୟଶଙ୍କ ଏହି ଫିଲ୍ମକୁ ନେଇ ଉତ୍ସାହର ଅପେକ୍ଷା କରି ରହିଛନ୍ତି । ଫିଲ୍ମର ପ୍ରଥମ ପାର୍ଟ ମଧ୍ୟ ଦର୍ଶକଙ୍କୁ ଖୁବ ପସନ୍ଦ ଆସିଥିଲା ।

Get real time updates directly on you device, subscribe now.