fbpx

ଶ୍ରୀଶ୍ରୀବଳଦେବଜୀଉଙ୍କ ଦେବସ୍ନାନ ନୀତି ପାଇଁ ୧୪୪ ଧାରା ଜାର, ୨୫ତାରିଖ ସକାଳ ୬ ଟା ଯାଏ ବଳବତ୍ତର ରହିବ କଟକଣା

କେନ୍ଦ୍ରାପଡ଼ା (ଓଡ଼ିଶା ଭାସ୍କର) : ତୁଳସୀକ୍ଷେତ୍ରାଧିପତି ବଡ଼ଠାକୁର ସିଦ୍ଧ ଶ୍ରୀଶ୍ରୀବଳଦେବଜୀଉଙ୍କ ରଥଯାତ୍ରାକୁ ଅନୁମତି ଦେବାପାଇଁ ହାଇକୋର୍ଟଙ୍କ ନିକଟରେ ଦାଖଲ ହୋଇଥିବା ୪ଟି ଆବେଦନକୁ ବୁଧବାର ହାଇକୋର୍ଟ ଅଗ୍ରାହ୍ୟ କରି ସରକାରଙ୍କ ନିଷ୍ପତ୍ତି ଉପରେ ହସ୍ତକ୍ଷେପ କରିବାକୁ ମନା କରିଦେବା ପରେ ଶ୍ରୀଜୀଉଙ୍କ ଦେବସ୍ନାନ ନୀତିକୁ କୋଭିଡ଼ କଟକଣା ଭିତରେ ସଂପନ୍ନ କରିବା ପାଇଁ ପ୍ରଶାସନିକ ପଦକ୍ଷେପ ଗ୍ରହଣ କରାଯାଇଛି । ସବ୍‌ କଲେକ୍ଟର ତଥା ସବ୍‌ ଡ଼ିଭିଜିନାଲ ମାଜିଷ୍ଟ୍ରେଟ୍‌ ନିରଞ୍ଜନ ବେହେରା ମନ୍ଦିର ସଂଲଗ୍ନ ୫ଶହ ମିଟର ଅଞ୍ଚଳ ଓ ରଥଦାଣ୍ଡକୁ ସର୍ବସାଧାରଣଙ୍କ ପ୍ରବେଶ ଉପରେ ସିଆରପିସି ର ଧାରା ୧୪୪(୨) ଅନୁଯାୟୀ ନିଷେଧାଦେଶ ଜାରି କରିଛନ୍ତି ।

ଏହି ନିଷେଧାଦେଶ ୨୩ତାରିଖ ସନ୍ଧ୍ୟା ୭ ଟାରୁ ୨୫ତାରିଖ ସକାଳ ୬ ଟା ଯାଏ ବଳବତ୍ତର ରହିବ । ଏହାକୁ କାର୍ଯ୍ୟକାରୀ କରାଇବା ପାଇଁ ଟାଉନ ଥାନା ଆଇଆଇସିଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାଯାଇଛି ।

Get real time updates directly on you device, subscribe now.