fbpx

ଶୁଟିଂ ବିଶ୍ୱକପରେ ଭାରତକୁ ବ୍ରୋଞ୍ଜ

ଓସିଜେକ୍(କ୍ରୋଏସିଆ)(ଓଡ଼ିଶା ଭାସ୍କର): କ୍ରୋଏସିଆର ଓସିଜେକରେ ଅନୁଷ୍ଠିତ ଶୁଟିଂ ବିଶ୍ୱକପରେ ଭାରତୀୟ ମହିଳା ଏୟାର ପିସ୍ତଲ ଦଳ ବ୍ରୋଞ୍ଜ ପଦକ ହାସଲ କରିଛି । ମାନୁ ଭାକେର୍, ଯଶସ୍ୱିନୀ ସିଂ ଦେସ୍ୱାଲ ଓ ରାହି ସର୍ଣ୍ଣୋବତଙ୍କ ଯୋଡି ଶୁକ୍ରବାର ବ୍ରୋଞ୍ଜ ପଦକ ହାସଲ କରିଛି । ଅଲିମ୍ପିକ୍ସ ପୂର୍ବରୁ ଅନ୍ତିମ ପ୍ରସ୍ତୁତି ଟୁର୍ଣ୍ଣାମେଣ୍ଟରେ ଏୟାର ପିସ୍ତଲ ଟିମ୍ ହଙ୍ଗେରୀକୁ ପରାସ୍ତ କରିଥିଲା । ଭେରୋନିକା ମେଜର, ମିରିଆମ ଜାକୋ ଓ ସାରା ରାହେଲ ଫାବିଆନଙ୍କ ଯୋଡିକୁ ୧୬-୧୨ରେ ପରାସ୍ତ କରି ବ୍ରୋଞ୍ଜ ପଦକ ହାସଲ କରିଥିଲା ଭାରତ । ଯୋଗ୍ୟତା ପର୍ଯ୍ୟାୟ ରାଉଣ୍ଡରେ ଭାରତୀୟ ଦଳ ୫୭୩ ପଏଣ୍ଟ ସ୍କୋର କରିଥିଲା ।

ଏହା ପୂର୍ବରୁ ଐଶ୍ୱର୍ଯ୍ୟ ପ୍ରତାପ ସିଂ ତୋମର, ଦୀପକ କୁମାର ଓ ଦିବ୍ୟାଂଶ ପନୱରଙ୍କ ଯୋଡି ପୁରୁଷ ୧୦ ମି. ଏୟାର ରାଇଫଲ ବର୍ଗରେ ଯୋଗ୍ୟତା ଅର୍ଜନରେ ବିଫଳ ହୋଇଥିଲେ । ମହିଳା ୧୦ ମି. ଏୟାର ରାଇଫଲ ବର୍ଗରେ ଅଞ୍ଜୁମ, ଅପୂର୍ବୀ ଏବଂ ଏଲାଭେନିଲ ମଧ୍ୟ ଯୋଗ୍ୟତା ଅର୍ଜନରେ ବିଫଳ ହୋଇଥିଲେ । ଦଳଗତ ଭାବରେ ୧୧ ତମ ସ୍ଥାନରେ ରହିଥିବା ବେଳେ ବ୍ୟକ୍ତିଗତ ଭାବରେ ୩ ଶୁଟର ଯୋଗ୍ୟତା ଅର୍ଜନରେ ବିଫଳ ହୋଇଥିଲେ । ପ୍ରତିଯୋଗିତାର ପ୍ରଥମ ଦିନରେ ଏକମାତ୍ର ଭାରତୀୟ ଭାବେ ୧୯ ବର୍ଷୀୟ ସୌରଭ ଚୌଧୁରୀ ଏକମାତ୍ର ବ୍ରୋଞ୍ଜ ପଦକ ଜିତିଥିଲେ ।

Get real time updates directly on you device, subscribe now.