fbpx

କୁପ୍ରଥାର ସପକ୍ଷବାଦୀ ପାକିସ୍ତାନରେ ପ୍ରତିବର୍ଷ ୧୦୦୦ ମହିଳା ହୁଅନ୍ତି ଅନର୍ କିଲିଂର ଶିକାର

ନୂଆଦିଲ୍ଲୀ: ପାକିସ୍ତାନରେ ଇଜ୍ଜତ ବଞ୍ଚାଇବା ନାମରେ ଝିଅମାନଙ୍କ ଜୀବନ ଦେବା ଭଳି କୁପ୍ରଥା ବର୍ତ୍ତମାନ ସମୟରେ ବୃଦ୍ଧି ପାଇବାରେ ଲାଗିଛି । କୌଣସି ଝିଅ ଯଦି ନିଜ ଇଚ୍ଛାରେ ପୁଅ ପସନ୍ଦ କରି ବିବାହ କରିବାକୁ ଚାହିଲେ କିମ୍ବା ନିଜ ପ୍ରେମିକ ସହିତ ଫେରାର୍ ହୋଇଗଲେ, ପାକିସ୍ତାନର ପରିବାର ସଦସ୍ୟ ମାନେ ତାକୁ ଜୀବନରୁ ମାରିଦେବାକୁ ବେଶି ପସନ୍ଦ କରନ୍ତି । ଏହି କାରଣରୁ ପାକିସ୍ତାନରେ ପ୍ରତିବର୍ଷ ୧୦୦୦ରୁ ଅଧିକ ମହିଳା ଅନର୍ କିଲିଂର ଶିକାର ହୁଅନ୍ତି । ସେଠାରେ ମହିଳା ମାନଙ୍କୁ ନିଜ ପସନ୍ଦର ବିବାହ କରିବା ପାଇଁ ଅନୁମତି ନଥାଏ ।

ପର୍ଯ୍ୟବେକ୍ଷକଙ୍କ କହିବା ମୁତାବକ, ଅଧିକାଂଶ ପାକିସ୍ତାନୀ ମାତା ପିତା ସାଂସ୍କୃତିକ ମାନଦଣ୍ଡକୁ ଆଖି ଆଗରେ ରଖି ଘରର ଝିଅ ଯୌବନତ୍ୱ ପ୍ରାପ୍ତ କରିବା ମାତ୍ରେ ସେମାନଙ୍କୁ ବିବାହ କରିଦିଅନ୍ତି । ଆଉ ଯଦି ଝିଅ ମାନେ ଏହାର ବିରୋଧ କରନ୍ତି ବା ନିଜ ଜୀବନ ନଷ୍ଟ ହେବାରୁ ବଞ୍ଚାଇବାକୁ ଚେଷ୍ଟା କରନ୍ତି ତାହେଲେ ତାଙ୍କୁ ନାନ ଅପମାନ କରାଯିବା ସହିତ ଜୀବନରୁ ମାରି ମଧ୍ୟ ଦିଆଯାଏ । ଅନର୍ କିଲିଂର ଏହି ନିମର୍ମ ପ୍ରଥା କେବଳ ପାକିସ୍ତାନରେ ନୁହେଁ ବରଂ ଆହୁରି ଅନେକ ଦେଶରେ ଏହା ପ୍ରଚଳିତ ହୋଇଆସୁଛି । ଏପରି କୁ-ପ୍ରଥାର ଶିକାର ହୋଇ ପ୍ରତିବର୍ଷ ଅନେକ ଝିଅଙ୍କ ଜୀବନ ଯାଇଥାଏ । ପାକିସ୍ତାନୀ ମାନେ ନିଜ ଦେଶ କଥା ଯେତିକି ଭାବନ୍ତି ନାହିଁ ତାଠାରୁ ଅଧିକ ଏଭଳି କିଛି କୁ-ପ୍ରଥାକୁ ଅଧିକ ପ୍ରାଧାନ୍ୟ ଦେଇଥାନ୍ତି । ତେବେ ଏହିଭଳି ଏକ ପାକିସ୍ତାନ ପରିବାରର ଘଟଣା କିଛି ସପ୍ତାହ ତଳେ ଇଟାଲୀରେ ଦେଖିବାକୁ ମିଳିଥିଲା । ଯେଉଁଠାରେ ଗୋଟିଏ ୧୮ ବର୍ଷର ଝିଅକୁ ଘରର ଇଜ୍ଜତ ପାଇଁ ମାରି ଦିଆଯାଇଥିଲା । କାରଣ ଉକ୍ତ ଝିଅଟି ପିତା ମାତା ଠିକ୍ କରିଥିବା ବିବାହ ପ୍ରସ୍ତାବରେ ରାଜି ନହୋଇ ଆପତ୍ତି ଯତାଇଥିଲା ।

ଏହି ମାମଲାରେ ଝିଅର ଶବ ମିଳିନଥିଲା । ଝିଅଟିର ନାମ ସମନ୍ ହୋଇଥିବା ବେଳେ ସେ ଗୋଟିଏ ପୁଅକୁ ଭଲ ପାଉଥିଲା ଏବଂ ବିବାହ କରିବାକୁ ଚାହୁଥିଲା । କିନ୍ତୁ ପରିବାର ଲୋକେ ତାର ବିବାହ ଆଉ ଜଣଙ୍କ ସହିତ ଜୋରଜବରଦସ୍ତି କରିବାକୁ ଚାହୁଥିଲେ । ଯେଉଁଥିପାଇଁ ସେ ଫେରାର୍ ହେବାକୁ ଚେଷ୍ଟା କରୁଥିଲା । ଏହାପରେ ପରିବାର ଲୋକ ଏବଂ ସମ୍ପର୍କିୟ ମିଶି ତାକୁ ମାରି ଦେଇଥିଲେ ଓ ପାକିସ୍ତାନ ଚାଲି ଯାଇଥିଲେ । ଯାହା ସିସିଟିଭି ଫୁଟେଜ୍ ରେ କଏଦ ହୋଇଥିଲା । ଏନେଇ ପୁଲିସ୍ ସୂଚନା ଦେଇଥିଲା ।

ତେବେ ପାକିସ୍ତାନୀ ଝିଅ ମାନଙ୍କୁ ପ୍ରତିବର୍ଷ ଏହିପରି ଅନର୍ କିଲିଂର ଶିକାର ହେବାକୁ ପଡ଼ିଥାଏ । ଯାହା ବର୍ତ୍ତମାନ ସମୟରେ ଖଉବ୍ ବିକଟ ପରିସ୍ଥିତି ସୃଷ୍ଟି କରିଛି । ପ୍ରତିବର୍ଷ ୧୦୦୦ରୁ ଅଧିକ ଝିଅ ଏହିପରି ଭାବରେ ପ୍ରାଣ ହରାଇଥାନ୍ତି । ଏନେଇ ବିଶେଷଜ୍ଞଙ୍କ କହିବା କଥା ଯେ, ପାକିସ୍ତାନୀ ମାନେ ଅପରାଧିକୁ ଦଣ୍ଡ କୁ ଦେବାକୁ ଉପଯୁକ୍ତ ନିୟାମକ ଢ଼ାଞ୍ଚା ପ୍ରସ୍ତୁତ କରିବାରେ ବିଫଳ ହୋଇଛନ୍ତି । ଏଠାରେ ଅନର୍ କିଲିଂ ମାମଲାରେ ଦଣ୍ଡାବିଧାନର ମାତ୍ରା ମାତ୍ର ୨.୦% । ଏଥିରୁ ସ୍ପଷ୍ଟ ରୂପେ ଜଣାପଡୁଛି ଯେ, ପାକିସ୍ତାନ ସରକାର କେବଳ ଅପ୍ରଚଳିତ ନିୟମକାନୁନ୍ ଉପରେ ହିଁ ଭରସା କରେ ।

Get real time updates directly on you device, subscribe now.