fbpx

ହତ୍ୟା ଧମକ ଦେଲା ଭୂତ, ଭୟରେ ଦୌଡ଼ି ଦୌଡ଼ି ଯାଇ ଥାନାରେ ମାମଲା ଦାୟର କଲା ଯୁବକ

ନୂଆଦିଲ୍ଲୀ: ଗୁଜରାଟର ପଞ୍ଚମହଲ ଜିଲ୍ଲାରେ ଏକ ଅଜବ ପ୍ରକାର ମାମଲା ଦେଖିବାକୁ ମିଳିଛି । ଦୁଇଟି ଭୂତ ଦ୍ୱାରା ହଇରାଣ ହେବା ପରେ ଜଣେ ଯୁବକ ଦୌଡ଼ି ଦୌଡ଼ି ଯାଇ ଥାନାରେ ପହଞ୍ଚିବା ସହ ଦୁହିଁଙ୍କ ନାମରେ ମାମଲା ଦାୟର କରିଛନ୍ତି । ଯୁବକ ଜଣକ କ୍ଷେତରେ କାମ କରୁଥିବା ବେଳେ ଭୂତମାନେ ତାଙ୍କୁ କାମ କରାଇ ଦେଇନଥିଲେ ବୋଲି ଜିଲ୍ଲାର ଜମ୍ବୁଘୋଡ଼ା ପୋଲିସ ଷ୍ଟେସନରେ ଅଭିଯୋଗ କରିଛନ୍ତି । ଯଦି ପୁନର୍ବାର ସେ କ୍ଷେତରେ କାର୍ଯ୍ୟ ଜାରି ରଖନ୍ତି, ତେବେ ତାଙ୍କୁ ହତ୍ୟା କରାଯିବ ବୋଲି ଭୂତମାନେ ଧମକ ମଧ୍ୟ ଦେଇଛନ୍ତି ବୋଲି ଯୁବକ ଜଣକ କହିଛନ୍ତି ।

ପ୍ରକାଶିତ ଏକ ରିପୋର୍ଟରୁ ଜଣାପଡ଼ିଛି ଯେ, ଥାନାରେ ଅଭିଯୋଗ ଦାୟର କରିଥିବା ଯୁବକଙ୍କ ବୟସ ୩୫ ଅଟେ । ସେ ଥାନାରେ ପହଞ୍ଚି ଭୂତମାନେ ତାଙ୍କୁ ହଇରାଣ କରୁଥିବା ନେଇ ପୋଲିସ ଅଧିକାରୀଙ୍କୁ କହିଥିଲେ । ଯୁବକ ଜଣକ ଅତ୍ୟନ୍ତ ଭୟଭୀତ ଅବସ୍ଥାରେ ଥିବାରୁ ପୋଲିସ ମାମଲା ଦାୟର କରିଥିଲା । ପୋଲିସ ଯୁବକଙ୍କୁ ବୁଝାଇ ଶାନ୍ତ କରାଇବା ସହ ଏନେଇ ଅଧିକ ତଥ୍ୟ ଜାଣିବା ପାଇଁ ଅନୁସନ୍ଧାନ ଚଳାଇଥିଲା ।

ଏହି ମାମଲାରେ ପୋଲିସ ଉକ୍ତ ଯୁବକଙ୍କ ପରିବାରବର୍ଗଙ୍କୁ ପଚରାଉଚରା କରିବା ପରେ ଜଣାପଡ଼ିଥିଲା ଯେ, ଯୁବକଜଣକ ଗତ ୧୦ ହେଲା କିଛି ଔଷଧ ସେବନ କରିନଥିବାରୁ ଏହା ହେଉଛି ତା’ର ପ୍ରଭାବ । ଭୂତମାନେ ଯୁବକଙ୍କ ପିଛାକରି ଥାନାକୁ ଯାଇପାରିବେ ନାହିଁ, ତେଣୁ ସେ ଥାନାକୁ ଯାଇଥିଲେ । ଏହି ଘଟଣାରେ ପୋଲିସକୁ ଅଯଥାରେ ହଇରାଣ ହେବାକୁ ପଡ଼ିଥିଲା । ତେଣୁ ଯୁବକଙ୍କ ଦେଖାଶୁଣା ଭଲଭାବରେ କରିବା ପାଇଁ ପୋଲିସ ପରିବାରବର୍ଗଙ୍କୁ ବୁଝାଇଥିଲା ।

Get real time updates directly on you device, subscribe now.