fbpx

ସ୍ୱାମୀଙ୍କୁ ପରାମର୍ଶ ମାଗିଲେ ପ୍ରେମିକ; ତୁମ ସ୍ତ୍ରୀଙ୍କ ପ୍ରେମରୁ କେମିତି ମୁକୁଳିବି

ମୁମ୍ବାଇ: ସ୍ୱାମୀଙ୍କୁ ପରାମର୍ଶ ମାଗିଲେ ସ୍ତ୍ରୀର ପ୍ରେମିକ । ସ୍ତ୍ରୀର ପ୍ରେମରୁ ମୁକୁଳିବା ପାଇଁ ସ୍ୱାମୀକୁ ପରାମର୍ଶ ମାଗିଛନ୍ତି ପ୍ରେମିକ । ଏହି ଘଟଣାଟି ରିଅଲ୍ ଲାଇଫରେ ନୁହେଁ ବରଂ ଅପକମିଙ୍ଗ ଫିଲ୍ମ ହଙ୍ଗାମା-୨ର ଏକ ଦୃଶ୍ୟ । ଫିଲ୍ମର ଟ୍ରେଲର ଗୁରୁବାର ରିଲିଜ୍ ହୋଇଛି । ହଙ୍ଗାମାର ପ୍ରଥମ ଭାଗ ୨୦୦୩ରେ ରିଲିଜ୍ ହୋଇଥିବା ବେଳେ ଦର୍ଶକ ଏହାକୁ ବେଶ ପସନ୍ଦ କରିଥିଲେ । ଅକ୍ଷୟ ଖାନ୍ନ, ଆଫତାବ ଶିବଦାସନୀ ଓ ରିମି ସେନଙ୍କ ସହିତ ପରେଶ ରାୱଲ ପ୍ରଥମ ଭାଗରେ ନଜର ଆସିଥିଲେ । ଦୀର୍ଘ ୧୮ ବର୍ଷ ପରେ ନିର୍ଦ୍ଦେଶକ ପ୍ରିୟଦର୍ଶନ ଏହି ଫିଲ୍ମର ସିକ୍ୱେଲ ନିର୍ମାଣ କରିଛନ୍ତି । ଫିଲ୍ମଟି ଓଟିଟି ପ୍ଲାଟଫର୍ମ ଡିସନୀ +ହଟଷ୍ଟାରରେ ଜୁଲାଇ ୨୩ ତାରିଖରେ ରିଲିଜ ହେବ ।

ପରେଶ ରାୱଲ ଓ ଶିଳ୍ପା ଶେଟ୍ଟୀଙ୍କ ସହିତ ମିଜାନ୍ ଜାଫ୍ରି ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି । ଏହା ସହିତ ସାଉଥ୍ ବ୍ୟୁଟି ପ୍ରଣିଥା ସୁଭାଷ ନିଜର ଡ୍ରିମ୍ ଡେବ୍ୟୁ ମଧ୍ୟ କରିଛନ୍ତି । ଫିଲ୍ମରେ ପରେଶ ରାୱଲ ଜଣେ ମଧ୍ୟବୟସ୍କ ବ୍ୟକ୍ତି ଭୂମିକାରେ ନଜର ଆସିଥିବା ବେଳେ ତାଙ୍କ ପତ୍ନୀ ଭୂମିକାରେ ଅଛନ୍ତି ଶିଳ୍ପା ସେଟ୍ଟୀ । ମିଜାନଙ୍କୁ ଶିଳ୍ପାଙ୍କ ପ୍ରେମିକ ବୋଲି ଭାବୁଛନ୍ତି ପରେଶ । ମିଜାନଙ୍କ ପ୍ରେମିକା ଭୂମିକାରେ ଅଛନ୍ତି ପ୍ରଣିଥା ସୁଭାଷ । ଏପରି ଅନେକ କମେଡି ଅଫ ଏରରକୁ ନେଇ ୩.୦୨ ସେକେଣ୍ଡର ଟ୍ରେଲରଟି ବେଶ ଚମକ୍ରାର ହୋଇଛି । ଫିଲ୍ମରେ ଶିଳ୍ପା ସେଟ୍ଟୀ ୯୦ ଦଶକର ସୁପରହିଟ୍ ଗୀତ ଚୁରାକେ ଦିଲ୍ ମେରା… ରେ ମିଜାନଙ୍କ ସହିତ ନାଚିଛନ୍ତି । ଅକ୍ଷୟ କୁମାର ଏହି ଫିଲ୍ମର ଟ୍ରେଲର ଲଞ୍ଚ କରିଥିବା ବେଳେ ଶିଳ୍ପା ସେଟ୍ଟୀ ଏହାକୁ ନିଜ ସୋସିଆଲ ମିଡିଆରେ ଶେୟାର କରିଥିଲେ ।

Get real time updates directly on you device, subscribe now.