ଜୁଲାଇ ୫ରୁ ଏହି ରାଜ୍ୟରେ ଖୋଲିବ ମଲ୍ଟିପ୍ଲେକ୍ସ, ସିନେମା ହଲ୍ ଓ ଜିମ୍

ଲକ୍ଷ୍ନୌ: କରୋନା ଭାଇରସ୍ ର ଦ୍ୱିତୀୟ ଲହରର ସଂକ୍ରମଣ କମିବା ପରେ ଏବେ ଅନଲକ୍ ପ୍ରକ୍ରିୟା ଆରମ୍ଭ କରିଛନ୍ତି ଯୋଗୀ ସରକାର । ଏହି ପରିପ୍ରେକ୍ଷୀରେ ସରକାର ଏକ ବଡ ନିଷ୍ପତି ନେଇଛନ୍ତି । ଜୁଲାଇ ୫ ତାରିଖରୁ ୟୁପିରେ ମଲ୍ଟିପ୍ଲେକ୍ସ, ସିନେମା, ହଲ୍, ଜିମ୍ ଏବଂ ସ୍ପୋର୍ଟସ ଷ୍ଟାଡିୟମ୍ ଖୋଲିବା ନେଇ ନିଷ୍ପତି ନେଇଛନ୍ତି ଯୋଗୀ ସରକାର । ଏନେଇ ସିନେମା ହଲ୍ ସଂଚାଳକ ମାନଙ୍କ ସହିତ ଆଲୋଚନା କରାଯାଇଛି । କରୋନା କାଳରେ ସିନେମା ହଲ ତଥା ମଲ୍ଟିପ୍ଲେକ୍ସ ବ୍ୟବସାୟୀ ମାନେ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବାରୁ ସେମାନଙ୍କ ଅବସ୍ଥାକୁ ଆଖି ଆଗରେ ରଖି ଏହି ନିଷ୍ପତି ନିଆଯାଇଛି । ତେବେ ଏସବୁକୁ କୋଭିଡ୍ ପ୍ରୋଟେକଲ୍ ଅନୁସାରେ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସୂଚନାଯୋଗ୍ୟ, ୟୁପିରେ କରୋନା ମହାମାରୀ ସ୍ଥିତି ନିୟନ୍ତ୍ରଣରେ ରହିଛି । ରାଜ୍ୟରେ କୋଭିଡ୍ ପଜିଟିଭିଟିଟ୍ରଟ୍ ହ୍ରାସ ପାଇଛି । ଗତକାଲି ରାଜ୍ୟରେ ୧୩୩ ନୁତନ ମାମଲା ଚିହ୍ନଟ ହୋଇଥିଲା । ଏଥିସହିତ ୨୨୮ ଜଣ ସୁସ୍ଥ ହୋଇଥିଲେ । ଅନ୍ୟପଟେ ଟେଷ୍ଟିଂକୁ ମଧ୍ୟ କଡାକଡି କରଯାଉଛି । ପ୍ରତିଦିନ ଦେଢ଼ ଲକ୍ଷରୁ ଅଧିକ ସାମ୍ପଲ ଟେଷ୍ଟ କରାଯାଉଛି ।

Get real time updates directly on you device, subscribe now.