fbpx

ସ୍କୁଲ ନଯିବା ପାଇଁ କୋଭିଡ୍ ଟେଷ୍ଟ୍ କିଟରେ ଲେମ୍ବୁ ରସ ପକାଇ ପିଲା ତିଆରି କରୁଛନ୍ତି ପଜିଟିଭ୍ ରିପୋର୍ଟ

ନୂଆଦିଲ୍ଲୀ: ସାରା ବିଶ୍ୱ ଏବେ କରୋନା ମହାମାରୀ ସହିତ ଲଢ଼େଇ ଜାରି ରଖିଛି । ଏହା ଭିତରେ ୟୁକେରୁ ଏକ ଆଶ୍ଚର୍ଯ୍ୟ .କରିବା ପରି ଖବର ସାମନାକୁ ଆସିଛି । ଏଠାରେ କିଛି ଛାତ୍ରଛାତ୍ରୀ ସ୍କୁଲ ନ ଯିବା ପାଇଁ ନିଜର ଫେକ୍ କରୋନା ରିପୋର୍ଟ ତିଆରି କରୁଛନ୍ତି । କୁହାଯାଉଛି ଯେ, ଏମାନେ କରୋନା ଟେଷ୍ଟ୍ କିଟ୍ ରେ ଜାଣିଶୁଣି ଲେମ୍ବୁ ରସ ପକାଇ ରିପୋର୍ଟକୁ ପଜିଟିଭ୍ କରୁଛନ୍ତି । ଆଉ ଏହି ରିପୋର୍ଟକୁ ଦେଖାଇ ସ୍କୁଲ ଆସୁନାହାନ୍ତି । ଏହି ରିପୋର୍ଟର ଖୁଲାସା ହେବା ପରେ ଶିକ୍ଷା ସହିତ ଜଡ଼ିତ ମନ୍ତ୍ରୀ ମାନେ ପିଲାମାନଙ୍କ ପରିଜନଙ୍କୁ ଚେତାବନୀ ଦେଇଛନ୍ତି ।

ୟୁକେର ଏକ ରିପୋର୍ଟରେ ପ୍ରକାଶିତ ଖବର ମୁତାବକ, ପିଲାମାନେ ଏହି ଉପାୟ ଟିକଟିକ୍ ରେ କିଛି ଭିଡିଓକୁ ଦେଖି ଆରମ୍ଭ କରିଛନ୍ତି । ସେମାନେ କରୋନା ଟେଷ୍ଟିଂ କିଟ୍ ରେ ଲେମ୍ବୁ ରସ ଓ ଅନ୍ୟାନ୍ୟ ତରଳ ପଦାର୍ଥ ପକାଇ ରିପୋର୍ଟକୁ ପଜିଟିଭ୍ କରୁଚନ୍ତି । ଟିକଟିକ୍ ରେ ଏପରି ଅନେକ ଭିଡିଓ ରହିଛି ଯେଉଁଥିରେ ରିପୋର୍ଟ ରେ କିପରି ପଜିଟିଭ୍ ଆସିବ ତାହା କୁହାଯାଉଛି । ପିଲାମାନେ ଏହି ଟିକଟକ୍ ଭିଡିଓରୁ ଶିକ୍ଷି ସ୍କୁଲ୍ ନଯିବାର ବାହାନା କରୁଛନ୍ତି ।

ଆହୁରି ମଧ୍ୟ ଜଣାପଡ଼ିଛି ଯେ, ଟିକଟକ୍ ରେ ଏହି ଭିଡିଓ #fakecovidtest ନାମରେ ଅପଲୋଡ୍ କରାଯାଉଛି । ଭିଡିଓରେ ଦେଖିବାକୁ ମିଳିଛି ଯେ,ପିଲାମାନେ ଲେମ୍ବୁ ରସ, ଆପଲ୍ ଜୁସ୍, କୋକାକୋଲା, ହ୍ୟାଣ୍ଡ ସାନିଟାଇଜର୍ ର ବ୍ୟବହାର କରି ଏପରି କାମ କରୁଛନ୍ତି । ଆଉ ଏସବୁ ଏଥିପାଇଁ କରୁଛନ୍ତି ଯଦ୍ୱାରା ସେମାନେ ସ୍କୁଲ ଯିବାରୁ ବଞ୍ଚିତ ରହିପାରିବେ ।

ଏ ସମ୍ପର୍କରେ ସ୍କୁଲ୍ ଆଣ୍ଡ କଲେଜ୍ ଲିଡର୍ସ ଆସୋସିଏସନର ଜେନେରାଲ୍ ସେକ୍ରେଟାରୀ ଜିଓଫ୍ ୱାଟର୍ନ କହିଛନ୍ତି ଯେ, ଆମେ ଏହି ମାମଲାକୁ ନେଇ ଆଶ୍ୱସ୍ତ ଯେ, ଏହି କାମ କରୁଥିବା ପିଲା ସଂଖ୍ୟା ଖୁବ୍ ନ୍ୟୁନ । ତେବେ ଆମେ ଏହି କାମ କରୁଥିବା ପିଲାମାନଙ୍କ ପରିବାରକୁ ଏନେଇ ସଚେତନ କରିଛୁ । ତେବେ ଏନେଇ ୟୁକେର ଏକ ତଦନ୍ତକାରୀ ସଂସ୍ଥା ଫୁଲ୍ ଫ୍ୟାକ୍ଟ କହିଛନ୍ତି ଯେ, ଡ୍ରିଙ୍କସ୍ ଓ ସାଇଟ୍ରସ୍ ଫ୍ରୁଟ୍ସ ବ୍ୟବହାର କରିବା ଦ୍ୱାରା ଟେଷ୍ଟ୍ ରିପୋର୍ଟ ପଜିଟିଭ୍ ଆସିଥାଏ । ଅନ୍ୟପଟେ ଟିକଟକ୍ ର ପ୍ରବକ୍ତା କହିଛନ୍ତି ଯେ, ଫେକ୍ କୋଭିଡ୍ ରିପୋର୍ଟକୁ ନେଇ ଗୁଜବ ସୃଷ୍ଟି କରୁଥିବା କଣ୍ଟେଣ୍ଟ୍ କୁ ଆମେ ହଟାଇଦେବୁ ।

 

Get real time updates directly on you device, subscribe now.